ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ମାଇହାତୀ; ହାତୀଦାନ୍ତ ଚୋରି ଉଦ୍ଦେଶ୍ୟରେ ଗୁଳି କରିଥିବା ସନ୍ଦେହ ।

ତେଲକୋଇ ବନାଞ୍ଚଳ ଠେଙ୍ଗିରି ତଇଲା ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ମାଇହାତୀ । କିଛି ଦିନ ଧରି ହାତୀଟି ଏଣେତେଣେ ବୁଲୁଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଛି । ହାତୀଟିର ଆଗ ବାମ ଗୋଡ଼ ଓ ପଛ ଡାହାଣ ଗୋଡରେ ଆଘାତ ଲାଗିଛି । କେହି ଶିକାରୀ ହାତୀଦାନ୍ତ ଚୋରି ଉଦ୍ଦେଶ୍ୟରେ ହାତୀକୁ ଗୁଳି କରିଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଆହତ ହାତୀଟି ଉପରେ ନଜର ରଖିଛନ୍ତି ବନବିଭାଗ ଅଧିକାରୀ । ତେବେ ବର୍ତ୍ତମାନ ସୁଦ୍ଧା ହାତୀଟିର ଚିକିତ୍ସା ଆରମ୍ଭ ହୋଇନାହିଁ । ଫଳରେ ତା ଅବସ୍ଥା ସଙ୍କଟାପନ୍ନ ଆଡ଼କୁ ଗତି କରୁଛି । ଗୋଟିଏ ପଟେ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ କେମିତି ହାତୀଟି ଗୁଳିବିଦ୍ଧ ହେଲା ତାକୁ ନେଇ ପ୍ରଶ୍ନ ଉଠିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)