ଖୁବଶୀଘ୍ର ଓଡ଼ିଶା ଆସିବେ ଜେ.ପି. ନଡ୍ଡା, ଏମ୍ସ ଭୁବନେଶ୍ୱରରେ ରହିବେ ଦିନେ

ଅକ୍ଷର ବ୍ୟୁରୋ: ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଜେ.ପି. ନଡ୍ଡା। ଭୁବନେଶ୍ୱର ଗସ୍ତ ସମୟରେ ସେ ଏମ୍ସ ଭୁବନେଶ୍ୱରରେ ଗୋଟିଏ ଦିନ ବିତାଇବା ସହ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମୀକ୍ଷା କରିବେ। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ନଡ୍ଡାଙ୍କ ଗସ୍ତ ସମୟରେ ଏମ୍ସରେ ଚାଲିଥିବା ଚିକିତ୍ସା ବ୍ୟବସ୍ଥା, ରୋଗୀଙ୍କୁ ମିଳୁଥିବା ସୁବିଧା ଏବଂ ହସ୍ପିଟାଲର ସାମଗ୍ରିକ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସେ ଅଧିକାରୀଙ୍କ ସହ ଆଲୋଚନା କରିପାରନ୍ତି। ଏହାସହ ଏମ୍ସର ବିଭିନ୍ନ ସମସ୍ୟା, ଚିକିତ୍ସା ସୁବିଧାର ବିସ୍ତାର ଏବଂ ଭବିଷ୍ୟତ ଯୋଜନା ନେଇ ମଧ୍ୟ ସମୀକ୍ଷା ହେବାର ସମ୍ଭାବନା ରହିଛି। ତେବେ ଜେ.ପି. ନଡ୍ଡା କେଉଁ ତାରିଖରେ ଓଡ଼ିଶା ଆସିବେ, ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ତାରିଖ ନିର୍ଦ୍ଧାରଣ ପରେ ତାଙ୍କର ସମ୍ପୂର୍ଣ୍ଣ ଗସ୍ତ କାର୍ଯ୍ୟସୂଚୀ ସ୍ପଷ୍ଟ ହେବ ବୋଲି ମନମୋହନ ସାମଲ କହିଛନ୍ତି। ନଡ୍ଡାଙ୍କ ଗସ୍ତକୁ ନେଇ ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial