ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ବିଜେପି ପାର୍ଟି ଅଫିସ୍ରେ ଜୟ ଢୋଲକିଆ । ବିଜେପି କାର୍ଯ୍ୟାଳୟରେ ଶତାଧିକ ସମର୍ଥକଙ୍କ ସହ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଢୋଲକିଆ । ରାଜ୍ୟ ବିଜେପି ପାର୍ଟି ଅଫିସ୍ ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । କିଛି ସମୟ ଭିତରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି ଜୟ । ପାର୍ଟି ଅଫିସ୍ରେ ତମାମ ବରିଷ୍ଠ ନେତାଙ୍କ ସମ୍ମୁଖରେ ପଦ୍ମ ଧରିଲେ ଜୟ । ନୂଆପଡ଼ା ଉପ-ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବାବେଳେ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ବଡ଼ ଟ୍ୱିଷ୍ଟ । ସ୍ୱର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଛନ୍ତି । ଜୟଙ୍କୁ ସ୍ୱାଗତ କରିବାକୁ ବିଜେପି କାର୍ଯ୍ୟାଳୟ ମଧ୍ୟ ପ୍ରସ୍ତୁତି ହୋଇରହିଥିଲା ।
ବର୍ତ୍ତମାନ ଜୟଙ୍କ ବିଜେପି ଯୋଗ ଦେବାର ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଜୟ ବିଜେପିରେ ଆନୁଷ୍ଠାନିକ ଯୋଗଦାନ କଲାପରେ ବିଜେଡିକୁ ଏକ ଶକ୍ତ ଝଟ୍କା ଲାଗିଛି ବୋଲି କୁହାଯାଉଛି । କାରଣ ଢୋଲକିଆଙ୍କ ପରେ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ବିଜେଡି ନେତା ଦେବୀ ମିଶ୍ର କିଛିଦିନ ପୂର୍ବରୁ ସଙ୍କେତ ଦେଇଥିଲେ । କୁହାଯାଉଛି ଯେ, ଜୟ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ବି ଆଗରୁ ଭେଟିସାରିଛନ୍ତି । ଆଜି ସେ ରାଜ୍ୟ କାର୍ଯ୍ୟାଳୟକୁ ଆସି ପଦ୍ମ ଧରିପାରନ୍ତି ବୋଲି ଯାହା ଚର୍ଚ୍ଚା ଚାଲିଥିଲା । ବର୍ତ୍ତମାନ ଜୟ ଢୋଲକିଆଙ୍କୁ ନେଇ ଦେବୀ ମିଶ୍ରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, କାଲି ରାତି ପର୍ଯ୍ୟନ୍ତ ଆମ ସହ ଯୋଗାଯୋଗରେ ଥିଲେ ଜୟ । ସକାଳୁ ସେ ଫେରିବା କଥା, କିନ୍ତୁ ଆସିନାହାନ୍ତି । ତେବେ ଜୟ ଦଳ ଛାଡିଲେ ବିଜେଡିକୁ ଏହା ଶକ୍ତ ଝଟ୍କା ଦେଇପାରେ ।












Leave a Reply