ଝାରପଡ଼ା ଜେଲ୍ ନିଶା କାଣ୍ଡ ତଦନ୍ତ ତେଜ: ସିସିଟିଭି ଫୁଟେଜ୍ ଯାଞ୍ଚ, ଡିଆଜି ସ୍ତରର ତଦନ୍ତ ଆରମ୍ଭ

ଅକ୍ଷର ବ୍ୟୁରୋ: ଝାରପଡ଼ା ଜେଲ୍‌ରେ ନିଶାଦ୍ରବ୍ୟ କାରବାର ଓ କଏଦୀମାନଙ୍କ ଅସୁସ୍ଥତା ଘଟଣାକୁ ରାଜ୍ୟ କାରା ବିଭାଗ ଗୁରୁତର ଭାବେ ନେଇଛି। କାରା ବିଭାଗ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଡିଆଜିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଏହି ଅନୁସନ୍ଧାନର ଅଂଶ ଭାବେ ଡିଆଜି ବୀରେନ୍ ସାହୁ ଆଜି ଝାରପଡ଼ା ଜେଲ୍‌ ପରିଦର୍ଶନ କରି ସମ୍ପୂର୍ଣ୍ଣ ସ୍ଥିତିର ସମୀକ୍ଷା କରିଛନ୍ତି।

ତଦନ୍ତକାରୀ ଦଳ ପକ୍ଷରୁ ଜେଲ୍‌ର ସମସ୍ତ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ଘଟଣା ସମୟରେ ଉପସ୍ଥିତ ଥିବା ଅନ୍ୟ କଏଦୀମାନଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ଜଣାପଡ଼ିଛି। ଜେଲ୍ ଭିତରକୁ ନିଶାଦ୍ରବ୍ୟ କିପରି ପ୍ରବେଶ କଲା, କାହାର ସଂପୃକ୍ତି ରହିଛି ଏବଂ ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ, ସେ ସମସ୍ତ ଦିଗକୁ ଗୁରୁତ୍ୱ ସହ ଖୋଳତାଡ଼ ହେଉଛି।

ଡିଆଜି ବୀରେନ୍ ସାହୁ ସ୍ପଷ୍ଟ କରିଛନ୍ତି ଯେ, ଯଦି ତଦନ୍ତରେ ଜେଲ୍ କର୍ମଚାରୀ କିମ୍ବା ଅନ୍ୟ କାହାର ସଂପୃକ୍ତି ପ୍ରମାଣିତ ହୁଏ, ତେବେ କୌଣସି ପ୍ରକାର କୋହଳ ବିନା କଡ଼ା ଆଇନଗତ ପଦକ୍ଷେପ ନିଆଯିବ। ଏହି ଘଟଣା ପରେ ଝାରପଡ଼ା ଜେଲ୍‌ର ସୁରକ୍ଷା ବ୍ୟବସ୍ଥା ଓ ପ୍ରଶାସନିକ ନିୟମାବଳୀ ଉପରେ ପୁଣିଥରେ ଗୁରୁତର ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)