କାଳବୈଶାଖୀର ତାଣ୍ଡବ; ସ୍କୁଲ ପାଚେରୀ, ଅଙ୍ଗନବାଡି, ଘର ଉପରେ ପଡ଼ିଲା ଗଛ ।

ଅକ୍ଷର ବ୍ୟୁରୋ: ଅନ୍ଧାର ରାତିରେ କାଳବୈଶାଖୀର ତାଣ୍ଡବ । ହଠାତ ମାଡି ଆସିଲା ପବନ, ଭାଙ୍ଗିଲା ଗଛ ଆଉ ଉଡାଇ ନେଲା ଘରଦ୍ୱାର । ଗତକାଲି ବିଳମ୍ବିତ ରାତିରେ ଉଦଳା ଥାନା କୋଚିଳାଡିହା ପଞ୍ଚାୟତରେ ଅଚାନକ ପ୍ରବଳ ବର୍ଷା ପବନ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଶତାଧିକ ସଂଖ୍ୟାରେ ଗଛ ଉପୁଡି ପଡ଼ିଥିବା ବେଳେ ଛିଣ୍ଡିଯାଇଛି ବିଦ୍ୟୁତ ତାର, ଉପୁଡି ପଡିଛି ବିଦ୍ୟୁତ ଖୁଣ୍ଟ । କାଳବୈଶାଖୀରୁ ବ୍ୟାପକ ଗଛ ଉପୁଡି ପଡ଼ିଥିବା ବେଳେ ରାସ୍ତାରେ ପଡ଼ି ରହିଛି ଅନେକ ଗଛ । ଅଗ୍ନିଶମ ବାହିନୀ ରାସ୍ତାରୁ ଗଛ କାଟି ସଫା କରିବାକୁ ଉଦ୍ୟମ ଜାରି ରଖିଛି । ପ୍ରାୟ ୬ ଘଣ୍ଟାରୁ ଉର୍ଦ୍ଧ୍ୱ ହେବ ଅଗ୍ନିଶମ ବିଭାଗ ଗଛ କାଟି ସଫା କରିଥିବାବେଳେ ପ୍ରାୟ ଦୁଇ କିଲୋମିଟର ଧରି ରାସ୍ତା ବନ୍ଦ ହୋଇ ରହିଥିଲା । ସ୍କୁଲ ପାଚେରୀ, ଘର, ଅଙ୍ଗନବାଡି ଉପରେ ଗଛ ପଡ଼ିଥିଲା । ଏହାକୁ କାଟି ସଫା କରୁଛି ଅଗ୍ନିଶମ ବିଭାଗ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)