କୃଷକମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ଚାଷୀଙ୍କ ମଙ୍ଗଳକୁ ସର୍ବାଧିକ ପ୍ରାଥମିକତା ଦେଉଥିବା ତଥା କୃଷକଙ୍କ ଉନ୍ନତି ଓ ପ୍ରଗତି ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ମୋହନ ସରକାର ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କ୍ରୟ କରି ତ୍ୱରିତ ସମୟ ୪୮ଘଣ୍ଟା ଅବଧି ମଧ୍ୟରେ କ୍ରୟ ଧାନର ଉଚିତ ପ୍ରାପ୍ୟ ରାଶି ପ୍ରତି କୁଇଣ୍ଟାଲ ପିଛା ୩୧୦୦ଟଙ୍କା ପ୍ରଦାନ କରିଥିବାରୁ ମୟୁରଭଞ୍ଜ ଜିଲ୍ଲାର ହଜାର ହଜାର ଉପକୃତ ଚାଷୀ ଭାଇଭଉଣୀ ଏବଂ ମୟୂରଭଞ୍ଜ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ କରଞ୍ଜିଆ ବାଇପାସ ରୋଡ଼ ସ୍ଥିତ ସାଇ ସାଗର କନକ୍ଳେଭ ଠାରେ ଧନ୍ୟବାଦ ଅର୍ପଣ ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଥିରେ ଯୋଗଦେଇ ହଜାର ହଜାର ଉପକୃତ ଚାଷୀ ଭାଇ ଏବଂ ଶତାଧିକ କୃଷକ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

ଆୟୋଜିତ ଭବ୍ୟ ଉତ୍ସବରେ ମାନ୍ୟବର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀଗଣେଶ ରାମ ସିଂ ଖୁଣ୍ଟିଆ, ମାନ୍ୟବର ମୟୁରଭଞ୍ଜ ସାଂସଦ ଶ୍ରୀନବ ଚରଣ ମାଝୀ, ମାନ୍ୟବର କରଞ୍ଜିଆ ବିଧାୟକ ଶ୍ରୀପଦ୍ମଚରଣ ହାଇବ୍ରୁ, ମାନନୀୟ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ମହେଶ୍ୱର ସାହୁ ଏବଂ ଜିଲ୍ଲାର ଶତାଧିକ ଦଳୀୟ ନେତୃତ୍ୱଙ୍କ ଉପସ୍ଥିତି ଅନୁଷ୍ଠିତ ଧନ୍ୟବାଦ ସଭା ପର୍ବକୁ ବେଶ୍ ସମୃଦ୍ଧ ଓ ଗରିମାମୟ କରିଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial