ବିଳମ୍ବିତ ରାତିରେ କୁଆଖାଇ ବ୍ରିଜ୍‌ରେ ଦୁର୍ଘଟଣା; ବାଇକ୍‌କୁ ପଛରୁ ପିଟିଲା କାର, ରାସ୍ତାରେ ଛିଟିକି ପଡ଼ି ଗୁରୁତର ବାଇକ୍‌ ଚାଳକ; କାର୍‌ ଜବତ, ଚାଳକ ଅଟକ

ବାରଙ୍ଗ: ବିଳମ୍ବିତ ରାତିରେ ବାରଙ୍ଗ କୁଆଖାଇ ବ୍ରିଜ୍‌ ଉପରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବାଇକ୍‌କୁ ପଛପଟୁ ଆସି ଜୋରଦାର ଧକ୍କା ଦେଇଛି ଏକ କାର । ଦୁର୍ଘଟଣାରେ ବାଇକ୍‌ ଚାଳକ ରାସ୍ତା ଉପରେ ଛିଟିକି ପଡ଼ି ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଜଣେ ବାଇକ୍‌ ଚାଳକ କୁଆଖାଇ ବ୍ରିଜ୍‌ ଉପରେ ଯାଉଥିଲେ । ଏହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ କାର ତାଙ୍କ ବାଇକ୍‌କୁ ଜୋରଦାର ଧକ୍କା ଦେଇଥିଲା । ଧକ୍କା ଏତେ ତୀବ୍ର ଥିଲା ଯେ ବାଇକ୍‌ ଚାଳକ ଛିଟିକି ପଡ଼ି ରାସ୍ତା ଉପରେ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ନେଇ ଖବର ପାଇବା ପରେ ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଗୁରୁତର ଆହତ ବାଇକ୍‌ ଚାଳକଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା କାର୍‌କୁ ପୁଲିସ ଜବତ କରିଛି । କାର୍‌ ଚାଳକଙ୍କୁ ମଧ୍ୟ ଅଟକ ରଖାଯାଇଛି । ଦୁର୍ଘଟଣା କେଉଁ କାରଣରୁ ଘଟିଲା, କାର୍‌ର ବେଗ କେତେ ଥିଲା ଏବଂ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial