ଅପଶବ୍ଦ ବ୍ୟବହାର ନେଇ କଡା ଚେତାବନୀ ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଅକ୍ଷର ବ୍ୟୁରୋ: ସୋସିଆଲ ମିଡିଆରେ ଅଶ୍ଳୀଳ ଏବଂ ଅପଶବ୍ଦ ବ୍ୟବହାର ଉପରେ ଲାଗିବ ଲଗାମ । ସରକାର ଆଣିବେ କଠୋର ଆଇନ । ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା କି ଅପଶବ୍ଦ ବ୍ୟବହାର କଲେ କଡା ଆକ୍ସନ ହେବ ବୋଲି ଚେତାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏପରିକି ସର୍ବସାଧାରଣ ସ୍ଥାନରେ ମନଇଚ୍ଛା କାହାକୁ ଅପଶବ୍ଦ ବ୍ୟବହାର ଉପରେ ବି ରୋକ ଲଗାଯିବ । ଅଙ୍କୁଶ ଆଣିବା ପାଇଁ ଏକ ଆଇନର ପ୍ରସ୍ତାବ ଦେଇଛନ୍ତି ଆଇନ କମିଶନ । ପ୍ରିଭେନସନ ଅଫ ହେଟ ସ୍ପିଚ୍ ଏଣ୍ଡ ହେଟ କ୍ରାଇମ୍ ଆକ୍ଟ ସରକାର ଲାଗୁ କରିବାକୁ ଯାଉଛନ୍ତି ବୋଲି ଆଇନ ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ସୋସିଆଲ ମିଡ଼ିଆ କୁତ୍ସିତ ହେବାକୁ ଆରମ୍ଭ ହେଲାଣି । କିଛି ଲୋକ ଅଭଦ୍ର ମାନସିକତା ଦେଖାଉଛନ୍ତି । ଏହାର ପ୍ରକୃତ ଚିକିତ୍ସା ହେବା ଦରକାର ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)