ବାଙ୍କୀ: ବାଙ୍କୀ କଇଁମୁଣ୍ଡି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ପ୍ରଥମେ ରାସ୍ତାକଡ଼ରେ ଥିବା ୫ଟି ବଡ଼ ଗଛରେ ପିଟିହେବା ପରେ ରାସ୍ତା ତଳକୁ ଖସିପଡ଼ିଲା ଏକ ହାଇବା ଟ୍ରକ୍। ତେବେ ଏହି ଦୁର୍ଘଟଣାରେ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ହାଇବା ଟ୍ରକ୍ ତ୍ରିଶୂଳିଆରୁ ତିଗିରିଆ ଅଞ୍ଚଳକୁ ଚିପ୍ସ ଗୋଡ଼ି ଆଣିବା ପାଇଁ ଯାଉଥିଲା। ତେବେ କଇଁମୁଣ୍ଡି ଛକ ନିକଟରେ ହଠାତ୍ ଟ୍ରକ୍ଟି ଭାରସାମ୍ୟ ହରାଇଥିଲା। ଏହାପରେ ରାସ୍ତାକଡ଼ରେ ଥିବା ବଡ଼ ବଡ଼ ଗଛଗୁଡ଼ିକରେ ଟ୍ରକ୍ଟି ଧକ୍କା ଦେଇଥିଲା। ଗଛରେ ଧକ୍କା ଦେବା ପରେ ହାଇବା ଟ୍ରକ୍ଟି ରାସ୍ତା ତଳକୁ ଖସିପଡ଼ିଥିଲା। ଦୁର୍ଘଟଣାର ପ୍ରଭାବରେ ଟ୍ରକ୍ର ସାମ୍ନା ପଟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଚାଳକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାଟି ରାତିରେ ଘଟିଥିବାରୁ ଏହାର କାରଣ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଟ୍ରକ୍ଟି କେଉଁ ପରିସ୍ଥିତିରେ ଭାରସାମ୍ୟ ହରାଇଲା, ସେନେଇ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।
ଭାରସାମ୍ୟ ହରାଇ ୫ ଗଛରେ ପିଟିହେଲା ହାଇବା ଟ୍ରକ୍, ରାସ୍ତା ତଳକୁ ଖସିଲା; ଅଳ୍ପକେ ବର୍ତ୍ତିଲେ ଚାଳକ














Leave a Reply