GRP କନଷ୍ଟେବଳ ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ; ଏବେ ବି ୧୦ଜଣ ଫେରାର ଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ।

ଅକ୍ଷର ବ୍ୟୁରୋ: ବାଲିଅନ୍ତା GRP କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଗତକାଲି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗଙ୍ଗେଶ୍ୱରପଡ଼ାର ଅଶୋକ ଜେନା ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍ । ସୌମ୍ୟ ରଞ୍ଜନଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲା ଅଶୋକ ଯିଏ ସୌମ୍ୟଙ୍କ ମୁଣ୍ଡକୁ ଆଘାତ କରିଥିବାର ପ୍ରମାଣ ମିଳିଥିବା କହିଛି ତଦନ୍ତକାରୀ ସଂସ୍ଥା । ତେବେ ମାମଲାରେ ଆହୁରି ୧୦ ଜଣ ଏବେ ବି ଫେରାର ଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ବି.ଗଙ୍ଗାଧର ।

ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ତାଙ୍କ ବ୍ରେନରେ ଇଣ୍ଟରନାଲ ଇଂଜୁରୀରୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ସେହିଭଳି ତାଙ୍କ ଶରୀରର ଅନ୍ୟ ଭାଗରେ ମଧ୍ୟ ଗୁରୁତର ଆଘାତ ଲାଗିଥିଲା । ଏହା ଏକ ସମ୍ବେଦନଶୀଳ ମାମଲା ଏବଂ ଏଥିରେ କାହାରିକୁ ଛଡ଼ାଯିବ ନାହି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି । ସୌମ୍ୟଙ୍କ ସାଙ୍ଗ ଓମଙ୍କ ଭୂମିକା ମଧ୍ୟ ଏବେ ତଦନ୍ତ ପରିସରଭୁକ୍ତ ରହିଛି । ସେହିଭଳି ଭିଡ଼ ହିଂସାର ସ୍ବତନ୍ତ୍ର ଧାରା ରହିଛି, ପରେ ବି ଲଗାଯାଇ ପାରିବ ବୋଲି କ୍ରାଇମବ୍ରାଞ୍ଚ ଡିଆଇଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)