ମାଛ ମାର୍କେଟରେ ବଡ଼ ଧରଣର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଅକ୍ଷର ବ୍ୟୁରୋ: କଟକ ପ୍ରେସଛକ ମାଛ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ। ରାତି ପ୍ରାୟ ୩ଟା ବେଳେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପାଖାପାଖି ୩୦ରୁ ଅଧିକ ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି ।ନିଆଁର ପ୍ରକୋପ ଏତେ ଥିଲା ମାଛ ମାର୍କେଟ୍ ନିକଟସ୍ଥ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ମଧ୍ୟ ନିଆଁ ଲାଗିଯାଇଛି । ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ନିଆଁର ପ୍ରକୋପ ଏତେ ଥିଲା ଯେ ଓଭରବ୍ରିଜ ଉପର ଯାଏ ନିଆଁ ଉଠିଥିଲା | ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ସୂଚନା ମିଳିଛି |

ଘଟଣା ସମ୍ପର୍କରେ ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ଖବର ପାଇବା ପରେ ଉଭୟ ବକ୍ସି ବଜାର ଓ ଚାଉଳିଆଗଞ୍ଜରୁ ତିନୋଟି ଗାଡ଼ି ପହଁଚି ନିଆଁକୁ ଆୟତ୍ତ କରିଛନ୍ତି। ନିଆଁ ଲାଗି ସମ୍ପୂର୍ଣ୍ଣ ବ୍ୟାଙ୍କ ଜଳିଯାଇଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜଳି ପୋଡ଼ି ପାଉଁଶ ହୋଇଯାଇଛି | ୩୦ ଲକ୍ଷରୁ ଅଧିକ ଟଙ୍କା ମଧ୍ୟ ଜଳି ଯାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial