ଅକ୍ଷର ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମାର୍କେଟ କମ୍ପ୍ଲେକ୍ସରେ ବଡ ଧରଣର ଅଗ୍ନିକାଣ୍ଡ । ୨୫ରୁ ଅଧିକ ଦୋକାନ ଘର ଜଳିପୋଡ଼ି ପାଉଁଶ । ପ୍ରାୟ ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଜଳେଶ୍ୱର ଥାନା ପଶ୍ଚିମବାଡ଼ ମାର୍କେଟରେ ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ରାତି ପ୍ରାୟ ସାଢେ ୩ଟାରେ ପଶ୍ଚିମବାଡ଼ ମାର୍କେଟରେ ଥିବା ଏକ ଦୋକାନରେ କୌଣସି କାରଣରୁ ନିଆଁଲାଗି ଜଳିବାକୁ ଲାଗିଥିଲା । ପରେ ନିଆଁ କ୍ରମଶଃ ପାଖ ଦୋକାନକୁ ବ୍ୟାପିଥିଲା । ନିଆଁର ମାତ୍ରା ଏତେ ପ୍ରଖର ଥିଲା ଯେ, ୧୫ରୁ ଅଧିକ ଦୋକାନ ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । ସ୍ଥାନୀୟ ଲୋକମାନେ ଜଳେଶ୍ୱର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଦୁଇଟି ଅଗ୍ନିଶମ ଗାଡ଼ି ପହଞ୍ଚିବା ପରେ ଦୀର୍ଘ ଦୁଇ ଘଣ୍ଟା ପରେ ନିଆଁ ଆୟତ୍ତ ହୋଇଥିଲା ।
ଜଳେଶ୍ୱର ମାର୍କେଟ କମ୍ପ୍ଲେକ୍ସରେ ବଡ ଧରଣର ଅଗ୍ନିକାଣ୍ଡ; ୨୫ରୁ ଅଧିକ ଦୋକାନ ଜଳିପୋଡ଼ି ପାଉଁଶ ।












Leave a Reply