ଭୂସ୍ଖଳନ ପାଇଁ ରେଳ ସେବାରେ ବଡ଼ ପ୍ରଭାବ: ବାତିଲ ହେଲା ୩ ଟ୍ରେନ୍, ବଦଳିଲା ଏକାଧିକ ଟ୍ରେନ୍‌ର ଗତିପଥ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ବଢ଼ିଥିବାରୁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ପୂର୍ବତଟ ରେଳପଥ ପକ୍ଷରୁ ଏକାଧିକ ଟ୍ରେନ୍ ବାତିଲ କରାଯିବା ସହ କିଛି ଟ୍ରେନ୍‌ର ଗତିପଥରେ ଆଂଶିକ ପରିବର୍ତ୍ତନ କରାଯାଇଛି। କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର, କିରଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ ଏବଂ ଜଗଦଲପୁର-ରାଉରକେଲା ଏକ୍ସପ୍ରେସକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି। ଏଥିସହିତ ଯାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ଆଉ କିଛି ଟ୍ରେନ୍‌ର ଗତିପଥରେ ଆଂଶିକ ପରିବର୍ତ୍ତନ କରାଯାଇଛି।

ଆଜି ଜଗଦଲପୁର-ହାୱଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଏବଂ ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ ଜଗଦଲପୁର ବଦଳରେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ। ସେହିପରି ଆଜି କୋରାପୁଟରୁ ଜଗଦଲପୁର ମଧ୍ୟରେ ରେଳ ସେବା ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ରେଳ ବିଭାଗ ସ୍ପଷ୍ଟ କରିଛି। ଲଗାଣ ବର୍ଷା ଜାରି ରହିଥିବାରୁ ପାହାଡ଼ିଆ ଅଞ୍ଚଳ ଦେଇ ଯାଇଥିବା ରେଳ ଲାଇନ୍, ବିଭିନ୍ନ ଟନେଲ ଏବଂ ଅନ୍ୟ ସମ୍ବେଦନଶୀଳ ସ୍ଥାନରେ ଅଧିକ ଭୂସ୍ଖଳନ ଘଟିବାର ଆଶଙ୍କା ରହିଛି। ଏହି ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ରେଳ ଚଳାଚଳରେ ଏଭଳି ପଦକ୍ଷେପ ନିଆଯାଇଥିବା ରେଳବାଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial