ପ୍ରେମ ହେଲା କାଳ: ବିଷ ପିଇ ଆତ୍ମହତ୍ୟା କଲେ ୨ ବିବାହିତ ପ୍ରେମୀ ଯୁଗଳ

ଗତକାଲି ନୟାଗଡ଼ ଜିଲ୍ଲା ରଣପୁର ଉପର ମଣିନାଗପୀଠରେ ଘଟିଥିଲା ଏକ ଅଭାବନୀୟ ଘଟଣା। ପ୍ରେମୀ ଯୁଗଳ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ସମୟରେ ଉପର ମଣିନାଗ ପୀଠ ଯାଇଥିବା ଏକ କାର ଯାତ୍ରୀମାନେ ସେମାନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରେମିକାର କାଲି ମୃତ୍ୟୁ ହୋଇଥିବା ବେଳେ ପ୍ରେମିକର ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ଗୁରୁତର ଅବସ୍ଥାରେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ପ୍ରେମିକର ମୃତ୍ୟୁ ହୋଇଥିବା ଜଣାପଡିଛି। ତଥ୍ୟ ଅନୁଯାୟୀ, ରଣପୁର ଥାନା ମହତପଲ୍ଲା ଗ୍ରାମ ପଞ୍ଚାୟତ ମାନପୁର ଗ୍ରାମର ଭୀମସେନ ଦାସଙ୍କ ପୁଅ ତପନ ଦାସ ଟାଙ୍ଗୀ ଥାନା ଝରିଆ ଗ୍ରାମ ପଞ୍ଚାୟତ ରାମଚନ୍ଦ୍ରପୁରର ଟିକିନାଙ୍କୁ ୫ ବର୍ଷ ତଳେ ଭଲ ପାଇଥିଲେ। ଏସବୁ ଜାଣି ଉଭୟ ପରିବାର ବିବାହ ପାଇଁ ରାଜି ହୋଇ ନ ଥିଲେ। ପରେ ଟିକିନା ମାନପୁର ଗ୍ରାମର ନକୁଳଙ୍କ ପୁଅ ମାନସକୁ ବିବାହ କରିଥିଲେ। ତାଙ୍କର ୪ ବର୍ଷର ଗୋଟିଏ କନ୍ୟା ସନ୍ତାନ ରହିଛି। ଅପରପକ୍ଷରେ ପ୍ରେମିକ ତପନ ବାଲୁଗାଁରେ ପ୍ରେମ ବିବାହ କରିଥିଲେ। ତାଙ୍କର ୨ ବର୍ଷ ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ରହିଛି। କିନ୍ତୁ ଉଭୟେ ବୁଧବାର ଲୁଚିକରି ବାଇକ୍ ଯୋଗେ ଉପର ମଣୀନାଗ ପୀଠକୁ ଆସି ଏଭଳି ଚରମ ନିଷ୍ପତ୍ତି ନେଇଥିଲେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)