ଅଲାରନାଥ ପୀଠରେ ଅପାର ଭକ୍ତସମାଗମ; ରାତି ୧୧ଟା ସୁଦ୍ଧା ବ୍ୟାରିକେଡ୍‌ରେ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ

ଅକ୍ଷର ବ୍ୟୁରୋ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଣସର ସମୟରେ ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି। ରାତି ୧୧ଟା ସୁଦ୍ଧା ବ୍ୟାରିକେଡ୍‌ ଭିତରେ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ ପାଇଁ ଅପେକ୍ଷା କରିଥିବାବେଳେ ବାହାରେ ମଧ୍ୟ ଲମ୍ବା ଧାଡ଼ିରେ ହଜାର ହଜାର ଭକ୍ତ ଅଲାରନାଥଙ୍କ ଦର୍ଶନ ପାଇଁ ଛିଡ଼ା ହୋଇଥିଲେ। ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଭକ୍ତଙ୍କ ସଂଖ୍ୟା ଅଧିକ ଥିବାରୁ ପରିସ୍ଥିତି ସମ୍ଭାଳିବା ପୁଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଶ୍ରୀଜଗନ୍ନାଥ ମହାପ୍ରଭୁ ବର୍ତ୍ତମାନ ଅଣସରରେ ରହି ଜ୍ୱରପୀଡ଼ିତ ଥିବାରୁ ଭକ୍ତମାନେ ଶ୍ରୀମନ୍ଦିରରେ ତାଙ୍କ ପ୍ରତ୍ୟକ୍ଷ ଦର୍ଶନରୁ ବଞ୍ଚିତ ହେଉଛନ୍ତି। ଧାର୍ମିକ ପରମ୍ପରା ଅନୁଯାୟୀ ଏହି ସମୟରେ ଅଲାରନାଥଙ୍କ ଦର୍ଶନ କଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସମାନ ପୁଣ୍ୟଫଳ ମିଳେ ବୋଲି ବିଶ୍ୱାସ ରହିଛି। ଏହି ଆସ୍ଥାକୁ ନେଇ ଅଲାରନାଥ ପୀଠରେ ଦିନକୁ ଦିନ ଭକ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)