ଚିଲିକା ବ୍ଲକରେ ମାଟ୍ରିକ ଫଳାଫଳ; ୧୫୪୫ରୁ ୧୫୦୮ ଜଣ ପରୀକ୍ଷାର୍ଥୀ ପାସ୍ କରିଥିବାବେଳେ ବ୍ଲକର ପାସ ହାର ରହିଛି ୯୭.୬% ।

ଅକ୍ଷର ବ୍ୟୁରୋ: ଗତକାଲି ପ୍ରକାଶ ପାଇଛି ମାଟ୍ରିକ ଫଳାଫଳ । ଚିଲିକା ବ୍ଲକର ୧୭ଟି ସ୍କୁଲର ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳାଫଳକୁ ନେଇ ଉତ୍ସାହିତ ଥିବା ବେଳେ ଗତକାଲି ଅପରାହ୍ନରେ ଏହା ପ୍ରକାଶ ପାଇଛି । ଚିଲିକା ବ୍ଲକର ମୋଟ ୧୭ଟି ସ୍କୁଲରେ ୧୫୫୩ ଜଣଙ୍କୁ ପରୀକ୍ଷା ପାଇଁ ଆଲୋଟେଡ଼ କରାଯାଇଥିବା ବେଳେ ୧୫୪୫ ଜଣ ପରୀକ୍ଷା ଦେଇଛନ୍ତି ଓ ୮ ଜଣ ଅନୁପସ୍ଥିତ ରହିଥିଲେ ।

ବ୍ଲକରେ A1 ରେ ୫ଜଣ, A2 ରେ 35ଜଣ, B1 ରେ 94ଜଣ, B2 ରେ 253ଜଣ, C ରେ 346ଜଣ, D ରେ 485ଜଣ, E ରେ 290ଜଣ, F ରେ 37ଜଣ ରହିଥିବାବେଳେ ସେଥିମଧ୍ୟରୁ ପୁଅ 749 ଓ ଝିଅ 759 ଜଣ ରହିଛନ୍ତି । 1545ରୁ 1508ଜଣ ପରୀକ୍ଷାର୍ଥୀ ପାସ୍ କରିଥିବାବେଳେ ବ୍ଲକର ପାସ ହାର 97.6% ରହିଛି । A1 ରେ 5 ଜଣ ରହିଥିବାବେଳେ 4ଜଣ ପୁଅ ଓ 1ଜଣ ଝିଅ ରହିଛନ୍ତି । ପିଏମ ଶ୍ରୀ ହାଇସ୍କୁଲ ବାଲୁଗାଁର ସ୍ୱାଧୀନ ପ୍ରଧାନ 547ମାର୍କ (91.16%) ଓ ଆଲୋକ ପରିମାଣିକ 541ମାର୍କ (90.16%) ଦାଶରଥି ହାଇସ୍କୁଲ କାଳୁପଡାଘାଟର ଶୁଭଲକ୍ଷ୍ମୀ ବେହେରା 550ମାର୍କ (91.60%) ଯୁବଜ୍ୟୋତି ହାଇସ୍କୁଲ କୁମାଣ୍ଡଳର ସୁକେଶ କୁମାର ପ୍ରଧାନ 540ମାର୍କ (90%) ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ମାତୃଭବନର ଚିନ୍ମୟ ମହାପାତ୍ର 540ମାର୍କ (90%) ରଖି ବ୍ଲକରେ A1ରେ ରହିଛନ୍ତି ବୋଲି ବ୍ଲକ ଶିକ୍ଷା ଅଧିକାରୀ ଦ୍ୱାରିକାନାଥ ବେହେରା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)