ସାରା ରାଜ୍ୟରେ ଘଡ଼ଘଡ଼ି ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା; ସ୍ଥାନେ ସ୍ଥାନେ କୁଆପଥର ସହ ୫୦-୬୦ କିମି ବେଗରେ ପବନ ମାଡ଼ ।

ଅକ୍ଷର ବ୍ୟୁରୋ: ସାରା ରାଜ୍ୟରେ ଜାରି ହେଲା ଚେତାବନୀ । ବଜ୍ରପାତ, କାଳବୈଶାଖୀ ଝଡ଼ବର୍ଷା ସହ ହେବ କୁଆପଥର ମାଡ଼ । ସାରା ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି । କାଳବୈଶାଖୀ ପ୍ରଭାବ ଆହୁରି ୩ ଦିନ ଯାଏ ରହିବ । ବୁଧବାର ଉତ୍ତର ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ବଜ୍ରପାତ ସହ ପବନ ଆଶଙ୍କା ଅଛି । ସ୍ଥାନେ ସ୍ଥାନେ କୁଆପଥର ମାଡ଼ ବି ହେବ ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁରର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା, ବଜ୍ରପାତ ସହ ୫୦-୬୦ କିମି ବେଗରେ ପବନ ଏବଂ କୁଆପଥର ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଉ କେତେକ ଜିଲ୍ଲାର ଗୋଟିଏ ଦୁଇଟି ୪୦-୫୦ କିମି ପବନ ସହ ବଜ୍ରପାତ ହୋଇପାରେ । କିଛି ସ୍ଥାନରେ ୩୦-୪୦ କିମି ବେଗରେ ପବନ ସହ ବର୍ଷା, ଘଡ଼ଘଡ଼ି ଆଶଙ୍କା ଅଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)