ଅକ୍ଷର ବ୍ୟୁରୋ: ପୁଣି ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଖଣି ଉପନିର୍ଦ୍ଦେଶକ । ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । କଟକ ସର୍କଲର ଖଣି ଉପନିର୍ଦ୍ଦେଶକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଖଣି ଉପନିର୍ଦ୍ଦେଶକ ହେଲେ ଦେବବ୍ରତ ମହାନ୍ତି । ସେ ଜନୈକ ବ୍ୟବସାୟୀଙ୍କଠାରୁ ପୁରୀର ଗୋପରେ ତାଙ୍କର କୋଇଲା ଡିପୋକୁ ସୁଗମ ଭାବରେ ପରିଚାଳନା କରିବା ଏବଂ ପଶ୍ଚିମବଙ୍ଗକୁ କୋଇଲା ପରିବହନ ପାଇଁ ଅନୁମତି ଦେବାକୁ ୩୦ହଜାର ଟଙ୍କା ଦାବି କରୁଥିଲେ । ଏହି ସମୟରେ ପୂର୍ବ ପ୍ରସ୍ତୁତିକ୍ରମେ ତାଙ୍କୁ ଭିଜିଲାନ୍ସ ଦ୍ୱାରା ଗିରଫ କରାଯିବା ସହ ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରାଯାଇଛି । ଦେବବ୍ରତ ମହାନ୍ତିଙ୍କ ସହ ସମ୍ପୃକ୍ତି ଥିବା ତିନୋଟି ସ୍ଥାନରେ ଏକକାଳୀନ ଯାଞ୍ଚ୍ କରାଯାଉଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସ କେଶ୍ ନମ୍ବର ୧/୨୩ରେ ଅଭିଯୁକ୍ତ ଖଣି ଉପନିର୍ଦ୍ଦେଶକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।
ପୁଣି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ।












Leave a Reply