ଅକ୍ଷର ବ୍ୟୁରୋ: ସମ୍ବଲପୁର ଗସ୍ତ ସମୟରେ ମହାନଗର ନିଗମ କାର୍ଯ୍ୟାଳୟରେ ହୋଇଥିବା ସମୀକ୍ଷା ବୈଠକରେ ଅଫିସରଙ୍କ ଉପରେ ଖପା ହେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ବୈଠକରେ ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାୟକ, ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
ଗତ ମାର୍ଚ୍ଚ ମାସରେ ୩୧ଟି କାମର ବିଲ୍ ପେମେଣ୍ଟ ହୋଇନଥିବାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ପରସେଣ୍ଟେଜ କାରବାର ପାଇଁ ପେମେଣ୍ଟ ବନ୍ଦ ହେଉଥିବା ଜଣାପଡିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରିଛନ୍ତି । ନିମ୍ନମାନର କାମ ହେଲେ କଡା କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି । ଠିକାଦାରଙ୍କ ଠାରୁ ଅଧିକ ଦଣ୍ଡିତ ହେବେ ଅଫିସର୍ । କୌଣସି ପରିସ୍ଥିତିରେ କାମର କ୍ୱାଲିଟି ଓ କ୍ୱାଣ୍ଟିଟିରେ ସାଲିସ କରାଯିବ ନାହିଁ କହିଛନ୍ତି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଯଦି କାମ ଠିକ୍ ହୋଇଛି ତେବେ ବିଲ୍ ପେମେଣ୍ଟ କାହିଁକି ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ମନ୍ତ୍ରୀ । ପ୍ରତି ମାସରେ ବିଲ୍ ସବମିଟ୍ ସହ ଲୋକଙ୍କ ଅଭିଯୋଗ ଯେପରି ଆସିବ ନାହିଁ ସେଥିପାଇଁ ଅଧିକାରୀ ମାନଙ୍କୁ ଯତ୍ନବାନ ହେବାକୁ ମଧ୍ୟ ତାଗିଦ କରିଛନ୍ତି ମନ୍ତ୍ରୀ ।












Leave a Reply