ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଦେଉଳତରା ଗାଁର କୈଳାଶ ଚନ୍ଦ୍ର ସୁତାରଙ୍କ ୧୭ ବର୍ଷୀୟ ନାବାଳକ ପୁଅ ଅଂଶୁମାନ ସୁତାର ବଜ୍ରପାତରେ ମୃତ୍ୟୁ ହୋଇଛି । ଅଂଶୁମାନ ଗାଧୋଇ ଆସି ଘର ଆଗରେ ଠିଆ ହୋଇଥିବା ସମୟରେ ହଠାତ୍ ବଜ୍ରପାତ ହୋଇଥିଲା, ଯାହା ଫଳରେ ସେ ଗୁରୁତର ଭାବେ ପ୍ରଭାବିତ ହୋଇ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଡାକ୍ତର ଅଂଶୁମାନଙ୍କୁ ମୃତ ଘୋଷଣା କରିଥିଲେ । ଅଂଶୁମାନ ଯୁକ୍ତଦୁଇରେ ପାଠ ପଢୁଥିଲେ ଏବଂ ତାଙ୍କର ଏହି ଅସମୟର ମୃତ୍ୟୁ ପରିବାର ସହ ଗାଁର ସମସ୍ତଙ୍କୁ ଗଭୀର ଶୋକରେ ବୁଡ଼ାଇଦେଇଛି ।
ବଜ୍ରପାତରେ ନାବାଳକ ମୃତ୍ୟୁ












Leave a Reply