ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ନାବାଳିକା ବିବାହ; ଘଟଣାସ୍ଥଳରେ ରୁଚିକା ଟିମ୍ ସଦସ୍ୟ ପହଞ୍ଚି ବାହାଘର ବନ୍ଦ କରିଛନ୍ତି ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ନାବାଳିକା ବିବାହ । ବିବାହ ଚାଲିଥିବା ବେଳେ ରୁଚିକା ଟିମ୍ ସଦସ୍ୟ ପହଞ୍ଚି ବିବାହ ଅଟକାଇଛନ୍ତି । ଘଟଣାସ୍ଥଳରେ ବାଲିଅନ୍ତା ଥାନା ପୋଲିସ ପହଞ୍ଚି ବାହାଘର ବନ୍ଦ କରିବା ସହ ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ବେଙ୍ଗଲୁରୁ ମାର୍ଥାଳ ଅଞ୍ଚଳର ଜୟକୁମାର ସ୍ଥାନୀୟ ଅଞ୍ଚଳର ଜଣେ ୧୭ ବର୍ଷିୟା ନାବାଳିକାଙ୍କୁ ବିବାହ କରିବା ପାଇଁ ଆସିଥିଲେ । ବିବାହ ପାଇଁ ସମସ୍ତ ଆୟୋଜନ ସରିଥିବା ବେଳେ ଭୋଜି ପାଇଁ ରୋଷେଇ ବି ଚାଲିଥିଲା । କିନ୍ତୁ ହଠାତ ରୁଚିକାର “ଆକ୍ସେସ ଟୁ ଜଷ୍ଟିସ” ଟିମ୍‌ ଓ ପୋଲିସ ସେଠାରେ ପହଞ୍ଚି ବିବାହ ଅଟକାଇଛନ୍ତି । ଏବଂ ବରକୁ ପଚରାଉଚରା ମଧ୍ୟ କରିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)