ଅକ୍ଷର ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ମିଶ୍ରଣ ପର୍ବ ଅନୁଷ୍ଠିତ । ଦେଶର ସର୍ବବୃହତ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିର ନୀତି-ଆଦର୍ଶ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଦମ୍ୟ କାର୍ଯ୍ୟଦକ୍ଷତା ଏବଂ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ ଓ ଜନହିତକର କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ହଜାର ହଜାର ବିଜେଡି ଓ କଂଗ୍ରେସ କର୍ମୀ ତଥା ପଦାଧିକାରୀ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ କର୍ମୀମାନଙ୍କୁ ସ୍ୱାଗତ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ‘ଏହା କେବଳ ଦଳୀୟ ଯୋଗଦାନ ନୁହେଁ, ଏହା ବିକାଶର ଧାରା ସହ ଯୋଡ଼ି ହେବାର ଦୃଢ଼ ସଂକଳ୍ପ । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରତ୍ୟାଖ୍ୟାନ କରି ସେବା, ସୁଶାସନ ଓ ଅନ୍ତ୍ୟୋଦୟର ରାଜନୀତିକୁ ଆପଣାଇବାର ଐତିହାସିକ ନିଷ୍ପତ୍ତି । ସମସ୍ତ ନବାଗତ ଶ୍ରଦ୍ଧେୟ କାର୍ଯ୍ୟକର୍ତ୍ତାଙ୍କୁ ବିଜେପି ପରିବାରକୁ ହାର୍ଦ୍ଦିକ ସ୍ୱାଗତ । ଆସନ୍ତୁ, ଡବଲ ଇଞ୍ଜିନ ସରକାର ସହଯୋଗରେ ବିକଶିତ ଗଁଦିଆ, ସମୃଦ୍ଧ ଢେଙ୍କାନାଳ ଏବଂ ଶ୍ରେଷ୍ଠ ଓଡ଼ିଶା ଗଢ଼ିବା’ ।












Leave a Reply