କେନ୍ଦ୍ରାପଡ଼ା: ସୁନା ଦୋକାନରେ କଳାକନା ବୁଲାଇ ଚମ୍ପଟ ମାରିଲେ ଲୁଟେରା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ବଜାରରେ ଥିବା ଜୟଗୁରୁ ସୁନା ଦୋକାନରେ ଗତକାଲି ରାତିରେ ବଡ଼ ଧରଣର ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଦୋକାନର ସଟର ତାଡ଼ି ଭିତରକୁ ପଶି ସୁନା ଓ ରୁପା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟିନେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ରାତିରେ ଦୋକାନ ବନ୍ଦ ଥିବା ସୁଯୋଗ ନେଇ ଲୁଟେରାମାନେ ସଟର ତାଡ଼ି ଦୋକାନ ଭିତରେ ପ୍ରବେଶ କରିଥିଲେ। ପରେ ଦୋକାନରେ ଥିବା ସୁନା ଓ ରୁପା ଅଳଙ୍କାର ସହ ନଗଦ ଟଙ୍କା ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଲୁଟ୍ର ପୂରା ଦୃଶ୍ୟ ନିକଟସ୍ଥ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ବିଶେଷକରି ଦୁର୍ବୃତ୍ତମାନେ ସଟର ତାଡ଼ି ଦୋକାନ ଭିତରକୁ ପଶୁଥିବା ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି। ଘଟଣା ପରେ ରାଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପର୍ଯ୍ୟନ୍ତ କୌଣସି ଅଭିଯୁକ୍ତଙ୍କ ନିକଟରେ ପୁଲିସ ପହଞ୍ଚି ପାରିନାହିଁ। ସିସିଟିଭି ଫୁଟେଜ୍କୁ ଆଧାର କରି ଲୁଟେରାଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ଧରିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।














Leave a Reply