ଗଣେଶ ମେଢ଼ ଭସାଣି ବେଳେ ଅଘଟଣ: ଜେନେରେଟର ନିଆଁରେ ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର: ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ ଘଟିଛି ଅଭାବନୀୟ ଅଘଟଣ। ଜେନେରେଟର ନିଆଁରେ ପୋଡ଼ି ହୋଇ ୫ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଭସାଣି ଶୋଭାଯାତ୍ରା ପାଇଁ ଏକ ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିବା ବେଳେ ଏହା ନିକଟରେ ପେଟ୍ରୋଲ୍ ଜାର୍‌ ରଖାଯାଇଥିଲା। ଶିଶୁମାନେ ଜେନେରେଟର ପାଖରେ ବସି ଶୋଭାଯାତ୍ରା ଦେଖୁଥିଲେ।

ଜେନେରେଟରର ଅତ୍ୟଧିକ ଉତ୍ତାପ ଯୋଗୁଁ ନିକଟରେ ଥିବା ପେଟ୍ରୋଲ୍ ଜାର୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ଏଥିରେ ଜେନେରେଟର ନିକଟରେ ବସିଥିବା ୫ ଜଣ ଶିଶୁ ନିଆଁରେ ପୋଡ଼ି ହୋଇ ଆହତ ହୋଇଥିଲେ। ଘଟଣା ପରେ ସମସ୍ତ ଆହତ ଶିଶୁଙ୍କୁ ପ୍ରଥମେ ସ୍ଥାନୀୟ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial