ମହିଳା ଫରେଷ୍ଟ ଗାର୍ଡଙ୍କୁ ଦୁର୍ବ୍ୟବହାର; ପଥର ମାଫିଆଙ୍କ ସହ ବନ କର୍ମଚାରୀଙ୍କ ସଂପୃକ୍ତି ଥିବା ନେଇ ବନବିଭାଗର ତଦନ୍ତ ଆରମ୍ଭ ।

ଅକ୍ଷର ବ୍ୟୁରୋ: ମହିଳା ଫରେଷ୍ଟ ଗାର୍ଡଙ୍କୁ ଦୁର୍ବ୍ୟବହାର । ବେଆଇନ ମାଟି ଉତ୍ତୋଳନ ନେଇ ଚଢାଉ ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ । ନୀଳଗିରି ବନ ବିଭାଗର ମହିଳା ଫରେଷ୍ଟ ଗାର୍ଡ ବବିସ୍ମିତା ସାହୁ ସମେତ ଅନ୍ୟ ବନକର୍ମଚାରୀଙ୍କୁ ଘେରିଗଲେ ଲୋକେ । ବାଲେଶ୍ୱର ଜିଲ୍ଲା ନୀଳଗିରି ଧୋବଶୀଳା ଅଞ୍ଚଳରେ ଜଙ୍ଗଲ ଜମିରୁ ବେଆଇନ ଭାବରେ ମାଟି ଗାଡି ଲଗାଇ ବୁହା ହେଉଥିବାର ଖବର ପାଇ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମୟରେ ସ୍ଥାନୀୟ ଲୋକେ ମହିଳା ଫରେଷ୍ଟ ଗାର୍ଡଙ୍କ ଫୋନ ଛଡାଇ ନେବା ସହ ଅଶ୍ଳିଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ । ପରେ ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ସ୍କୁଟି ଛାଡି ଦୌଡ଼ି ପଳାଇଥିଲେ ମହିଳା ଫରେଷ୍ଟ ଗାର୍ଡ ।

ତେବେ ଏହି ଘଟଣାରେ ଏବେ ତଦନ୍ତ ଆରମ୍ଭ ହୋଇଛି । ପଥର ମାଫିଆଙ୍କ ସହ ବନ କର୍ମଚାରୀଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ମାମଲାରେ ଜଣେ ବନ କର୍ମଚାରୀଙ୍କ ମୋବାଇଲ୍ ଜବତ କରାଯାଇଥିବା ବେଳେ ସେ ନେଇ ଛାନଭିନ୍ କରାଯାଉଛି । ଏ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବନ କର୍ମଚାରୀ ମୁତୟନ ହୋଇଛନ୍ତି । ବନବିଭାଗ ଘଟଣାର ଛାନଭିନ୍ ଚଳାଇଛି । ପଥର ମାଫିଆ ଫେରାର ଥିବା ବେଳେ ସେମାନଙ୍କୁ ଧରିବାକୁ ମଧ୍ୟ ଜୋରଦାର ପ୍ରୟାସ ଆରମ୍ଭ କରିଛି ବନ ବିଭାଗ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial