ଅକ୍ଷର ବ୍ୟୁରୋ: ୨ ବର୍ଷ ପୂର୍ତ୍ତିରେ ଆଜି ବସିବ ମୋହନ ସରକାରଙ୍କ କ୍ୟାବିନେଟ ବୈଠକ | ଆଜି ରାତି ୮ଟାରେ ବସିବ ମୋହନ ସରକାରଙ୍କ କ୍ୟାବିନେଟ ବୈଠକ । ଆଜି ମୋହନ ସରକାରକୁ ୨ ବର୍ଷ ପୁରୁଛି । ବସୁଥିବା କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି ନେଇପାରନ୍ତି ସରକାର । ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇପାରନ୍ତି ସରକାର | ବିଶେଷ କରି ମହିଳା ଓ ଯୁବବର୍ଗଙ୍କୁ ଦିଆଯାଇପାରେ ଗୁରୁତ୍ୱ | ପ୍ରଥମ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ |
୨ ବର୍ଷ ପୂର୍ତ୍ତି ଅବସରରେ ଆଜି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଅନପୂର୍ଣ୍ଣା ଯୋଜନା, ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନଫୋସିଟି ଯାଏଁ ରାସ୍ତା ଓ ୫୭୪ କୋଟି ଟଙ୍କାର ଜନାଶ୍ରୟ ଭବନର ଉଦଘାଟନ ହେବ ଏବଂ ଜୟଦେବ ବିହାର ଓ ନନ୍ଦନକାନର ରୋଡର କାର୍ଯ୍ୟାରମ୍ଭ, ରାଜ୍ୟର ସମସ୍ତ ଅଙ୍ଗନୱାଡି କର୍ମୀ, ଲେଡି ସୁପରଭାଇଜର ଓ ବ୍ଲକ ସଂଯୋଜକଙ୍କ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।














Leave a Reply