ଓଡ଼ିଶାକୁ ନିବେଶ ଆଣିବାକୁ UAEରେ ମୋହନ ମାଝୀଙ୍କ ମାରାଥନ୍ ଆଲୋଚନା: IBPG ସହ ରାଉଣ୍ଡଟେବୁଲ୍, ରପ୍ତାନିଠୁ କଣ୍ଟ୍ରାକ୍ଟ ମ୍ୟାନୁଫାକ୍ଚରିଂ ଉପରେ ଫୋକସ୍

ଆବୁଧାବି/ଭୁବନେଶ୍ୱର: ଓଡ଼ିଶାକୁ ନିବେଶର ନୂଆ ଗନ୍ତବ୍ୟ କରିବା ଲକ୍ଷ୍ୟରେ UAE ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଆବୁଧାବିରେ ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍‌ (IBPG) ସହ ଏକ ରାଉଣ୍ଡଟେବୁଲ୍ ଆଲୋଚନାରେ ଯୋଗଦେଇଛନ୍ତି। ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ଅଂଶ ଭାବେ ଆୟୋଜିତ ଏହି ଆଲୋଚନାରେ ଓଡ଼ିଶା-ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଓ ବ୍ୟବସାୟିକ ସହଯୋଗକୁ ଆହୁରି ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଆଲୋଚନା ସମୟରେ ଓଡ଼ିଶାର ବିଭିନ୍ନ ଉତ୍ପାଦ ପାଇଁ UAE ବଜାରରେ ସୁଯୋଗ ଏବଂ ରପ୍ତାନି ବୃଦ୍ଧି ନେଇ ଚର୍ଚ୍ଚା ହୋଇଥିଲା। ବିଶେଷକରି ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ବ୍ୟବସାୟିକ ସହଯୋଗ ବଢ଼ାଇବା ନେଇ ଆଲୋଚନା ହୋଇଛି। ଏଥିସହ ପ୍ରମୁଖ UAE ବ୍ରାଣ୍ଡ ପାଇଁ ଓଡ଼ିଶାରେ କଣ୍ଟ୍ରାକ୍ଟ ମ୍ୟାନୁଫାକ୍ଚରିଂର ସମ୍ଭାବନା ଏବଂ ଦକ୍ଷ ମାନବ ସମ୍ବଳ ଯୋଗାଣ ନେଇ ମଧ୍ୟ ଆଲୋଚନା ହୋଇଥିଲା।

ଏହି ରାଉଣ୍ଡଟେବୁଲ୍ ଆଲୋଚନାରେ ଓଡ଼ିଶାଭିତ୍ତିକ ରୁଚି, ଫାର୍ମ ବି, ବି ୱାନ୍‌ ଏବଂ ଓରି କ୍ଲିନ୍ ଭଳି କମ୍ପାନୀ ଯୋଗଦେଇଥିଲେ। UAEର ବ୍ୟବସାୟିକ ପରିବେଶ ଓ ଓଡ଼ିଶାର ଉତ୍ପାଦନ କ୍ଷମତା ମଧ୍ୟରେ ସମ୍ଭାବ୍ୟ ସହଯୋଗ ନେଇ ଏହି ଆଲୋଚନାରେ ମତ ବିନିମୟ ହୋଇଥିଲା। ଏହି ଅବସରରେ IBPG ସଭାପତି ଶ୍ରୀ ରାଜୀବ ଶାହା ମଧ୍ୟ ଉପସ୍ଥିତ ଥିଲେ। ଓଡ଼ିଶା-ୟୁଏଇ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ନିବେଶ, ରପ୍ତାନି ଓ ବ୍ୟବସାୟିକ ଭାଗିଦାରୀ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବା ଏହି ଆଲୋଚନାର ମୁଖ୍ୟ ଫୋକସ୍ ରହିଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial