ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ୧୦ ଜଣ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ମୋହନ ମାଝୀ ।

ଶ୍ରେଷ୍ଠ ପ୍ରଦର୍ଶନକାରୀ ୧୦ ମୁଖ୍ୟମନ୍ତ୍ରୀ ତାଲିକାରେ ମୋହନ ମାଝୀ । ‘ଇଣ୍ଡିଆ ଟୁଡେ’ ପକ୍ଷରୁ ହୋଇଥିବା ‘ମୁଡ୍‌ ଅଫ୍‌ ଦି ନେସନ୍’ ସର୍ଭେରେ ଦେଶର ଶ୍ରେଷ୍ଠ ପ୍ରଦର୍ଶନକାରୀ ୧୦ ଜଣ ମୁଖ୍ୟମନ୍ତ୍ରୀଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାତ୍ର ୧୪ ମାସର ଶାସନ କାଳରେ ମୋହନ ମାଝୀ ବେଶ୍‌ ଲୋକପ୍ରିୟତା ସାଉଁଟି ପାରିଛନ୍ତି । ରାଜ୍ୟବାସୀ ତାଙ୍କ ପ୍ରଦର୍ଶନକୁ ଗ୍ରହଣ କରିଛନ୍ତି । ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଦ୍ବିତୀୟ ସ୍ଥାନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏବଂ ତୃତୀୟ ସ୍ଥାନରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ରହିଛନ୍ତି। ତାଲିକାରେ ଥିବା ଅନ୍ୟ ମୁଖ୍ୟମନ୍ତ୍ରୀମାନେ ହେଲେ ଗୁଜୁରାଟର ଭୂପେନ୍ଦ୍ର ଭାଇ ପଟେଲ୍‌, ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ, ମଧ୍ୟପ୍ରଦେଶର ମୋହନ ଯାଦବ, ଆନ୍ଧ୍ରପ୍ରଦେଶର ଚନ୍ଦ୍ରବାବୁ ନାଇଡ଼ୁ, ପଶ୍ଚିମବଙ୍ଗର ମମତା ବାନାର୍ଜୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମନ୍ । ୧୦ଟି ଲୋକସଭା ଆସନରୁ ଅଧିକ ଆସନ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial