ଅକ୍ଷର ବ୍ୟୁରୋ: ଲିପ୍ଟ ମାଗି ଆସିବା ହେଲା କାଳ, ଚାଲିଗଲା ମାଆ ପୁଅଙ୍କ ଜୀବନ । ଅଳ୍ପକେ ବର୍ତ୍ତିଗଲେ ଅନ୍ୟ ପରିବାର ସଦସ୍ୟ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ନିକଟରେ ଦୁର୍ଘଟଣା ଘଟି ମାଆ ଓ ପୁଅ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ବିଜୟ ସୋରେନଙ୍କ ପରିବାର ଲୋକ ପାରାଦୀପକୁ କାମ କରିବା ପାଇଁ ଯାଇଥିଲେ । ସେଠାରୁ ଆସି ଚଣ୍ଡିଖୋଲରେ ପହଞ୍ଚିବା ପରେ ଏକ ଆଇଚର୍ ଯୋଗେ ବାଲେଶ୍ୱର ଆସୁଥିଲେ । ତେବେ ସିମୁଳିଆ ଥାନା ଜାତୀୟ ରାଜପଥ ଉପରେ ଥିବା ହମ୍ପସରେ ଗାଡ଼ି ବ୍ରେକ ମାରିଦେବାରୁ ଆଇଚର ଭିତରେ ଭର୍ତ୍ତି ଥିବା ଲୁହା ପ୍ଲେଟ ଖସି ମାଆ, ପୁଅଙ୍କ ଉପରେ ପଡ଼ିଥିଲା । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଗାଡ଼ିରେ ବସିଥିବା ଅନ୍ୟଜଣେ ସଦସ୍ୟ ମଧ୍ୟ ଗୁରୁତର ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସୂଚନା ।
ଲିପ୍ଟ ମାଗି ଆସିବା ହେଲା କାଳ, ଚାଲିଗଲା ମାଆ ପୁଅଙ୍କ ଜୀବନ:












Leave a Reply