ଅକ୍ଷର ବ୍ୟୁରୋ: ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଛି ଦୁଃଖଦ ଖବର । ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଖେଳିଯାଇଛି ଶୋକର ଛାୟା । ସୁରିଲା କଣ୍ଠ ଓ ଅନନ୍ୟ ଗାୟନ ଶୈଳୀ ପାଇଁ ପ୍ରଣବ ପଟ୍ଟନାୟକଙ୍କର ଓଡ଼ିଆ ସଙ୍ଗୀତ ଜଗତରେ ଥିଲା ସ୍ୱତନ୍ତ୍ର ପରିଚୟ । ଦୀର୍ଘ ଦଶନ୍ଧି ଧରି ନିଜ ମଧୁର ସ୍ୱରରେ ସେ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନ ଜିଣିଥିଲେ । ତାଙ୍କ କଣ୍ଠରେ ଅନେକ ଲୋକପ୍ରିୟ ଗୀତ ଶ୍ରୋତାଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ କରିଥିଲା ।
ବିଶେଷକରି ‘ମାଝିରେ ଠୁ’ ଓ ‘ନିଝୁମ ରାତି’ ଭଳି ଗୀତ ତାଙ୍କ ସ୍ୱରର ପରିଚୟକୁ ଆହୁରି ମଜଭୁତ କରିଥିଲା । ତାଙ୍କ ଗାୟନରେ ଥିବା ଭାବ, ମାଧୁର୍ଯ୍ୟ ଓ ସ୍ୱତନ୍ତ୍ରତା ତାଙ୍କୁ ଅନ୍ୟ କଣ୍ଠଶିଳ୍ପୀଙ୍କଠାରୁ ଅଲଗା ପରିଚୟ ଦେଇଥିଲା । ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ କେବଳ ଜଣେ କଣ୍ଠଶିଳ୍ପୀଙ୍କୁ ହରାଇନି ଓଡ଼ିଆ ସଙ୍ଗୀତ ଜଗତ, ବରଂ ହରାଇଛି ଜଣେ ଅନନ୍ୟ ସୁରସାଧକଙ୍କୁ । ତାଙ୍କର ସୁରିଲା କଣ୍ଠରେ ଗାଇଥିବା ଗୀତ ଓ ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କ ଅବଦାନ ଆଗାମୀ ପିଢ଼ି ପାଇଁ ମଧ୍ୟ ସ୍ମରଣୀୟ ହୋଇ ରହିବ ।














Leave a Reply