କୋରାପୁଟ ସୁନାବେଡ଼ାରୁ ଏକାଧିକ LPG ସିଲିଣ୍ଡର ଜବତ; ଯୋଗାଣ ବିଭାଗ ପକ୍ଷରୁ ଏକାଧିକ ସ୍ଥାନରେ ଚଢ଼ାଉ ।

ଅକ୍ଷର ବ୍ୟୁରୋ: ଏକାଧିକ LPG ସିଲିଣ୍ଡର ଜବତ କଲା ଯୋଗାଣ ବିଭାଗ । କୋରାପୁଟ ସୁନାବେଡ଼ାରୁ ଏକାଧିକ LPG ସିଲିଣ୍ଡର ଯୋଗାଣ ବିଭାଗ ପକ୍ଷରୁ ଜବତ ହୋଇଛି । ସେହିପରି ସୁନାବେଡ଼ା ଅଞ୍ଚଳର ଏକାଧିକ ସ୍ଥାନରେ ଚଢ଼ାଉ କରି ଅନେକ ଘରୋଇ ଓ ବ୍ୟବସାୟୀକ ଗ୍ୟାସ ସିଲିଣ୍ଡର ଜବତ କରିଛି । ସୁନାବେଡାର ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା ଯୋଗାଣ ବିଭାଗ । ଚଢାଉରୁ ମୋଟ ୩୧ଟି ସିଲିଣ୍ଡର ଜବତ ହୋଇଛି । ଯେଉଁଥିରେ ୧୯ଟି ଖାଲି ସହ ୪ଟି ଭର୍ତ୍ତି ଥିବା ଘରୋଇ ଗ୍ୟାସ ସିଲିଣ୍ଡର ଓ ୮ଟି ବ୍ୟବସାୟିକ ସିଲିଣ୍ଡର ରହିଛି । କିଛିଦିନ ହେବ ଉଭୟ ସୁନାବେଡା ଓ ସେମିଳିଗୁଡ଼ା ସହରରେ ଘରୋଇ ଗ୍ୟାସ ସିଲିଣ୍ଡରକୁ ନେଇ ଚିନ୍ତାରେ ରହିଛନ୍ତି ଖାଉଟି । ହିତାଧିକାରୀ ସଠିକ୍ ସମୟରେ ଗ୍ୟାସ ନ ପାଇ ହଇରାଣ ହରକତ ହେଉଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଘରୋଇ ଗ୍ୟାସର କଳାବଜାରୀ କରୁଛନ୍ତି । ଯାହାକୁ ନେଇ ଜିଲ୍ଲା ଯୋଗାଣ ବିଭାଗ ତତ୍ପରତା ଦେଖାଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)