‘ପୁଷ୍କରା’କୁ ମିଳିଲା ଜାତୀୟ ପୁରସ୍କାର, ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ତରଙ୍ଗ ସିନେ ପ୍ରଡକ୍ସନର ‘ପୁଷ୍କରା’କୁ ମିଳିଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସମ୍ମାନ। ୭୧ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୁରସ୍କାର ଗ୍ରହଣ କଲେ OTV ନେଟୱାର୍କ ବିଜନେସ୍ ହେଡ୍ ଲିତିଶା ମଙ୍ଗତ ପଣ୍ଡା। ତରଙ୍ଗ ସିନେ ପ୍ରଡକସନରେ ୨୦୨୩ରେ ରିଲିଜ୍ ହୋଇଥିବା ପୁଷ୍କରା ଓଡ଼ିଆ ସିନେମାର ଦିଗ ବଦଳାଇଥିଲା। ଓଡିଶାର ସଂସ୍କୃତିକୁ ନେଇ ତିଆରି ହୋଇଥିଲା କାହାଣୀ। ଶଙ୍କର ତ୍ରିପାଠୀଙ୍କ ନାଦବିନ୍ଦୁ ନୋଭେଲରୁ ପ୍ରସ୍ତୁତ ହୋଇଥିଲା ସିନେମା ‘ପୁଷ୍କରା’। ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରରେ ୨୬ ତମ ସିନେମାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ଶୁଭ୍ରାଶୁଂ ଦାସ। ଏଥିରେ ନାୟକ ସବ୍ୟସାଚୀ ମିଶ୍ର, ସୁପ୍ରିୟା, ଅଶ୍ରୁମୋଚନ, ଚୈଧୁରୀ ବିକାଶ ଦାସ, ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା, ରବି ମିଶ୍ର ପ୍ରମୁଖ କଳାକାର ଅଭିନୟ କରିଥିଲେ । ‘ପୁଷ୍କରା’ର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ଶୁଭ୍ରାଶୁଂ ଦାସ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)