ବର୍ଷାରେ ଭାଙ୍ଗିଥିବା ଘରକୁ ମିଳିବ ନୂଆ ଘର: ମନ୍ତ୍ରୀ

ଭୁବନେଶ୍ୱର: ଲଗାଣ ବର୍ଷାରେ ଘର ଭାଙ୍ଗି ଆଶ୍ରୟ ହରାଇଥିବା ଲୋକଙ୍କ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ। ବର୍ଷାରେ ଭାଙ୍ଗିଥିବା ଘର ବଦଳରେ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ନୂଆ ଘର ଯୋଗାଇ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଗତ ୪ ଦିନର ଲଗାଣ ବର୍ଷାରେ ୪ଟି ଜିଲ୍ଲାର ପ୍ରାୟ ୪୫ରୁ ୫୦ଟି ଘର ଭାଙ୍ଗିଥିବା ପ୍ରାଥମିକ ସୂଚନା ମିଳିଛି। ତେବେ ବର୍ଷା ଜାରି ରହିଥିବାରୁ ଘର ଭାଙ୍ଗିବା ସଂଖ୍ୟା ଆହୁରି ବଢ଼ିପାରେ ବୋଲି ମନ୍ତ୍ରୀ କହିଛନ୍ତି। ବର୍ଷା କମିବା ପରେ ୫ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ କରାଯିବ। କେବଳ ଘର ନୁହେଁ, ବର୍ଷା ଓ ବନ୍ୟା ଯୋଗୁଁ ହୋଇଥିବା ରାସ୍ତାଘାଟ ଓ ଫସଲର କ୍ଷୟକ୍ଷତି ମଧ୍ୟ ଆକଳନ କରାଯିବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି। ବର୍ଷା ଓ ପାଣିପାଗ ସ୍ଥିତି ସ୍ୱାଭାବିକ ହେବା ପରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ବିସ୍ତୃତ ଆକଳନ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial