ରାଜଧାନୀ ବୋମା ବିସ୍ଫୋରଣ ଘଟଣାର ତଦନ୍ତ କରିବ NIA; ଏନେଇ କମିଶନରେଟ ପୋଲିସ ଠାରୁ ତଦନ୍ତ ଭାର ନିଜ ହାତକୁ ନେଇଛି NIA ।

ଅକ୍ଷର ବ୍ୟୁରୋ: ରାଜଧାନୀ ବୋମା ବିସ୍ଫୋରଣ ଘଟଣାରେ ବଡ଼ ସୂଚନା । ବିସ୍ଫୋରଣ ଘଟଣାର ତଦନ୍ତ କରିବ NIA । ଗତ ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦ ନଗରରେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଓରଫ ମଫି ଓ ତା’ ମା’ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । NIA ଏନେଇ ଏକ ମାମଲା ରୁଜୁ କରିବା ସହ ଅପରାଧିକ ଲିଙ୍କ୍ କିମ୍ବା ଆତଙ୍କୀ ହମଲା ସମ୍ପର୍କିତ ମାମଲା ସନ୍ଦେହରେ ତଦନ୍ତ ଭାର କମିଶନରେଟ ପୋଲିସ ଠାରୁ ନିଜ ହାତକୁ ନେଇଛି । 

ଏହି ତଦନ୍ତ ପ୍ରକ୍ରିୟା ବେଳେ ଜବତ ହୋଇଥିବା ବିସ୍ଫୋରକ RDX ର ବ୍ୟବହାର, ମଫିର ଆନ୍ତରାଜ୍ୟ ଲିଙ୍କ, ପୂର୍ବର ଅପରାଧିକ ମାମଲା ସମ୍ପର୍କରେ ହୋଇପାରେ ଅଧିକ ଖୋଳତାଡ଼ । ଠିକ ସେହିପରି ଏତେ ପରିମାଣର RDX କେଉଁଠାରେ ବ୍ୟବହାର ହୋଇଥାନ୍ତା ଏ ସମ୍ପର୍କରେ ଅଧିକ ଖୋଳତାଡ଼ କରିବା ପାଇଁ ଏକାଧିକ ଲୋକଙ୍କୁ ପଚରାଉଚରା ଜାରି ରଖିଛି NIA । ଏପରିକି ମୁଖ୍ୟ ଅଭିଯୁକ୍ତ ତଥା ମୃତ ମଫିର ଗାର୍ଲଫ୍ରେଣ୍ଡ କୁ ଅଧିକ ପଚରାଉଚରା କରୁଛି NIA ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)