୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ନାହିଁ ବର୍ଷା ଭୟ; ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ।

ଅକ୍ଷର ବ୍ୟୁରୋ: ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ନାହିଁ ବର୍ଷା ଭୟ । ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା । ଅବପାତର ରୂପ ନେଇଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ । ଅଧିକ ଘନୀଭୂତ ହୋଇ ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ଆଣ୍ଡାମାନ ଉପରେ ଥିବା ଅବପାତ ୨୪ ଘଣ୍ଟାରେ ବାତ୍ୟାରେ ପରିଣତ ହେବ । ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ । କିଛି ସ୍ଥାନରେ ମେଘୁଆ ପାଗ ଦେଖାଯିବ, ଶୀତର ପ୍ରଭାବ ସାମାନ୍ୟ ରହିବ । କାଲିଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ, ଶୀତ ଅନୁଭବ ହେବ । ଇତିମଧ୍ୟରେ ଅବପାତର ରୂପ ନେଇସାରିଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ । ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ । ତେବେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ସେ କହିଛନ୍ତି ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟକୁ ବର୍ଷା ଭୟ ନାହିଁ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)