ବର୍ତ୍ତମାନ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ମୁଣ୍ଡଳୀରେ ୪ ଲକ୍ଷ ୫୮ ହଜାର କ୍ୟୁସେକକୁ ଖସି ଆସିଛି ଜଳସ୍ତର । ସୂଚନା ଦେଲେ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ଆଉଟ୍‌ ଫ୍ଲୋ ୬ ଲକ୍ଷ ୨୬ ହଜାରରୁ ୪ ଲକ୍ଷ ୫୮ ହଜାର କ୍ୟୁସେକକୁ ଖସିଛି । ମୁଣ୍ଡଳୀ ପାଣି ଏବେ ପୁରୀ, ଜଗତସିଂହପୁର ତଳିଆ ଅଞ୍ଚଳରେ ପଶିବ । ପୂର୍ଣ୍ଣିମା ଯୋଗୁଁ ସମୁଦ୍ରରେ ଜୁଆର ଥିବାରୁ ପ୍ରଭାବିତ ହେଉଛି ଜଳ ନିଷ୍କାସନ । ଗତ ୨୪ ଘଣ୍ଟାରେ ମାତ୍ର ୬ଟି ବ୍ଲକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ହୀରାକୁଦର ୪ ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସନ, ରେଙ୍ଗାଲିର ସବୁ ଗେଟ ବନ୍ଦ । ବର୍ତ୍ତମାନ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)