ରାମକୃଷ୍ଣ ଦାସମହାପାତ୍ରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ନୋଟିସ୍‌ !

ଦୀଘା ଜଗନ୍ନାଥ ମନ୍ଦିରର ବିବାଦୀୟ ପ୍ରତିକ୍ରିୟା ପାଇଁ ରାମକୃଷ୍ଣ ଦାସମହାପାତ୍ରଙ୍କୁ ନୋଟିସ୍‌ । ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ନୋଟିସ୍‌ ହୋଇଥିବା ସୂଚନା । ଆଇନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଅନୁଯାୟୀ ନୋଟିସ୍‌ ସୂଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଚରାଉଚରା କରିବା ସମ୍ଭାବନା । ବଙ୍ଗୀୟ ଚ୍ୟାନେଲକୁ ମନ୍ତବ୍ୟ ନେଇ ହୋଇପାରେ ପଚରାଉଚରା । ଦାରୁଗୃହର ଚାବି କାହା ପାଖରେ ଥିଲା, କେତେ ଦାରୁ ଥିଲା ପଚରାଯିବ । କାଲି ପୂର୍ବାହ୍ନରେ ପଚରାଉଚରା ନେଇ ସମୟ ଧାର୍ଯ୍ୟ ସୂଚନା । ଏନେଇ ରାମକୃଷ୍ଣ ଦାସମହାପାତ୍ରଙ୍କ ପ୍ରତିକ୍ରିୟା ମିଳିପାରିନି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial