ଶ୍ରୀମନ୍ଦିର ସୁରକ୍ଷା ନେଇ ପୁରୀରେ ପହଞ୍ଚିଛି NSG ସ୍ୱତନ୍ତ୍ର ଟିମ୍ ।

ପୁରୀରେ NSG ଟିମ୍ । ଶ୍ରୀମନ୍ଦିର ସୁରକ୍ଷା ନେଇ NSGର ସ୍ୱତନ୍ତ୍ର ଟିମ୍ ପୁରୀରେ ପହଞ୍ଚିଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ସହ ଆଲୋଚନା କରିଛି ଟିମ୍ । ଜିଲ୍ଲା ପୋଲିସ ସହ ମଧ୍ୟ ପୂର୍ବରୁ ଆଲୋଚନା କରିଥିବା ବେଳେ ପୁରୀ ଏସପିଙ୍କ ସହ ଟିମ୍ ଅଧିକ ଆଲୋଚନା କରିବ। ପହଲଗାମ୍ ଆକ୍ରମଣ ପରେ NSG ଟିମ୍ ପୁରୀରେ ପହଞ୍ଚିଥିବା ବେଳେ ସୁରକ୍ଷା ନେଇ ଆଲୋଚନା କରିବେ। ଆଗକୁ ରଥଯାତ୍ରା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯିବା ନେଇ ଆଲୋଚନା ହୋଇପାରେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial