ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ଦେବେ ତୃତୀୟ ଲିଙ୍ଗ; ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।

ଅକ୍ଷର ବ୍ୟୁରୋ: ଏଣିକି ତୃତୀୟ ଲିଙ୍ଗ ବା କିନ୍ନର ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା (ଓସିଏସ୍ଇ) ଦେଇପାରିବେ । ଏ ସଂକ୍ରାନ୍ତରେ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବର୍ଗର ପ୍ରାର୍ଥୀଙ୍କୁ ଓସିଏସ୍ଇ-୨୦୨୫ ପରୀକ୍ଷାରେ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ଆସନ୍ତା ୨୦ ତାରିଖ ପଞ୍ଜୀକରଣ ଅବଧି ଶେଷ ହେଉଥିବାବେଳେ ଏହାକୁ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିଭଳି ମାର୍ଚ୍ଚ ୭ ତାରିଖ ଆବେଦନ କରିବାର ଶେଷ ସମୟ ରଖାଯାଇଛି । ସମ୍ପୃକ୍ତ ବର୍ଗର ପ୍ରାର୍ଥୀଙ୍କୁ ସେମାନଙ୍କ ପରିଚୟପତ୍ର ତଥା କାର୍ଡ ଆବେଦନ ସମୟରେ ଅପଲୋଡ୍ କରିବାକୁ କୁହାଯାଇଛି । ଓପିଏସସି୍ ପକ୍ଷରୁ ଗ୍ରୁପ ଏ’ ଏବଂ ଗ୍ରୁପ ବି’ ର ୪୬୫ ଟି ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଜାନୁଆରୀ ୨୦ ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ମହିଳା ଆଦି ବର୍ଗରେ ପଦ ସଂରକ୍ଷିତ ରଖାଯାଇଛି । କିନ୍ତୁ ତୃତୀୟ ଲିଙ୍ଗଙ୍କୁ ଏହି ପଦରେ ପରୀକ୍ଷା ଦେବାକୁ ସୁଯୋଗ ମିଳୁନଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)