ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଏବଂ ଅନ୍ୟ ସାତଟି ବିରୋଧୀ ଦଳ ଦ୍ୱାରା ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଗୁରୁବାର ରାଜ୍ୟର ପ୍ରମୁଖ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରାକୁ ଠପ୍ କରିଦେଇଛି । ବନ୍ଦକୁ ନେଇ ବିରୋଧୀ ଦଳ ସଫଳ ବୋଲି କହୁଛନ୍ତି। କିନ୍ତୁ ବନ୍ଦ ଯୋଗୁ ସାଧାରଣ ଲୋକେ ଭିନ୍ନ କଥା କହିଛନ୍ତି। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଯାତ୍ରୀ ଏନେଇ ହନ୍ତସନ୍ତ ହେବା ସହିତ ବନ୍ଦ ଦ୍ବାରା କ’ଣ ନ୍ୟାୟ ମିଳିବ ବୋଲି ପ୍ରଶ୍ନ କରିଛନ୍ତି। କଂଗ୍ରେସ ନେତାମାନେ ବନ୍ଦ ଶାନ୍ତିପୂର୍ଣ୍ଣ ରହିବ ବୋଲି କହିଥିଲେ ମଧ୍ୟ, ପ୍ରଶାସନ ସମସ୍ତ ଦଳକୁ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଏବଂ ଜନସାଧାରଣଙ୍କୁ ଅସୁବିଧାରେ ପକାଇବାରୁ ଦୂରେଇ ରହିବାକୁ ଅନୁରୋଧ କରିଛି। କଂଗ୍ରେସ ସମେତ ଅନ୍ୟ ବାମପନ୍ଥୀ ଦଳର ଆଜି ଓଡିଶା ବନ୍ଦ ଡାକରା ପାଇଁ ହଇରାଣ ହେଉଛନ୍ତି ଲୋକେ ।
ବ୍ୟାଙ୍କ, ଦୋକାନ ବଜାର, ରାସ୍ତା ସବୁ ବନ୍ଦ ଥିବାରୁ ସାଧାରଣ ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି । ଓଡ଼ିଶା ବନ୍ଦ ହୁଏତ କିଛି ରାଜନୈତିକ ଦଳ ପାଇଁ ଫାଇଦା ଦେଇପାରେ ହେଲେ ଥରେ ଭାବିଲେ ଯେତେବେଳେ ଗାଡ଼ି ବନ୍ଦ ହୋଇଯାଏ, ରାସ୍ତା ବନ୍ଦ ହୋଇଯାଏ, ଦୋକାନ ବଜାର ବନ୍ଦ ହୋଇଯାଏ, ସେତେବେଳେ ସାଧାରଣ ଜୀବନର ଅବସ୍ଥା କେମିତି ହୁଏ । ଜନଜୀବନ କେତେ ପ୍ରଭାବିତ ହୁଏ । କେତେ ହନ୍ତସନ୍ତ ହୁଅନ୍ତି ଲୋକେ, କେମିତି ଅଟକିଯାଏ ଜୀବନ କେତେ ସମସ୍ୟା ଭୋଗନ୍ତି ଲୋକେ ତାହା କେବଳ ସାଧାରଣ ଜନସାଧାରଣ ହିଁ ବୁଝିପାରନ୍ତି ।












Leave a Reply