ଜୟପୁରରେ ଆଜିବି ମିଳୁନାହିଁ ତେଲ; ଅଧିକାଂଶ ପେଟ୍ରୋଲ ପମ୍ପ ବନ୍ଦ୍ ପଡିଥିବା ବେଳେ ଅନ୍ୟ ପେଟ୍ରୋଲ ପମ୍ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ଅକ୍ଷର ବ୍ୟୁରୋ: ଗତକାଲି ନବରଙ୍ଗପୁର ସହରର ୬ଟି ତେଲ ଟାଙ୍କି ମଧ୍ୟରୁ ୪ଟି ତେଲ ଟାଙ୍କି ବନ୍ଦ ହୋଇଯାଇଥିଲା । ଆଜିବି ଜୟପୁରରେ ତେଲର ସଙ୍କଟ ଦେଖାଦେଇଛି । ଏପରି କି ଆଜିବି ମିଳୁନାହିଁ ଡିଜେଲ । ଆଜି ସେଠାରେ ତେଲ ଆସିଥିଲେ ମଧ୍ୟ ସୀମିତ ମାତ୍ରରେ ତେଲ ଦିଆଯାଉଥିବା ଦେଖିବାକୁ ମିଳିଛି । ଦୁଇ ଚକିଆକୁ ୨୦୦ ଟଙ୍କା, ଅଟୋକୁ ୩୦୦ ଟଙ୍କା ଓ ଚାରି ଚକିଆକୁ ହଜାରେ ଟଙ୍କାର ଇନ୍ଧନ ଦିଆଯାଉଛି । ଅନ୍ୟପଟେ ଜିଲ୍ଲାରେ ୫୧ଟି ତେଲ ଟାଙ୍କି ରହିଥିବା ବେଳେ ବର୍ତ୍ତମାନ ଗ୍ରାମାଞ୍ଚଳର ଟାଙ୍କି ଗୁଡିକରେ ତେଲ ସରିବାକୁ ଯାଉଛି ।ବର୍ତ୍ତମାନ ସୁଦ୍ଧା ୫ଟି ଗ୍ରାମାଞ୍ଚଳର ତେଲ ଟାଙ୍କି ଡ୍ରାଏ ହେବାରୁ ବନ୍ଦ ହୋଇ ସାରିଲାଣି । ଯଦି ଏଭଳି ସମସ୍ୟା ଲାଗି ରହେ ତାହେଲେ ଆଗାମୀ ଦିନରେ ଅନ୍ୟ ତେଲ ଟାଙ୍କି ଗୁଡାକ ବି ବନ୍ଦ ହେବାର ସମ୍ଭାବନା ଦେଖା ଦେଇଛି । ଅଧିକାଂଶ ପେଟ୍ରୋଲ ପମ୍ପ ବନ୍ଦ୍ ମଧ୍ୟ ପଡ଼ିଛି, ଯାହା ଗୋଟିଏ କି ଦୁଇଟି ପେଟ୍ରୋଲ ପମ୍ପରେ ତେଲ ରହିଛି ସେଠାରେ ତେଲ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)