ଅକ୍ଷର ବ୍ୟୁରୋ: କ୍ଷୀର ଦର ବୃଦ୍ଧି କଲା ଓମଫେଡ୍ । ଓଡ଼ିଶାରେ ବଢ଼ିଲା ଓମ୍ଫେଡ୍ କ୍ଷୀର ଦାମ୍ । ପ୍ରତି ଲିଟର ପିଛା କ୍ଷୀର ଦର ୪ ଟଙ୍କା ବୃଦ୍ଧି ପାଇଛି । ଆଜିଠୁ ଏହି ନୂତନ ବର୍ଦ୍ଧିତ ଦର ଲାଗୁ କରାଯାଇଛି । ଏନେଇ ଓମ୍ଫେଡ଼ ପକ୍ଷରୁ ନୋଟିଫିକେସ୍ ଜାରି କରିବା ସହ ଏଜେଣ୍ଟମାନଙ୍କୁ ମଧ୍ୟ ସୂଚିତ କରିଛି । ଓମ୍ଫେଡ୍ ପକ୍ଷରୁ ଜାରି ହୋଇଥିବା ନୂତନ ବର୍ଦ୍ଦିତ ଦର ସୂଚୀ ଅନୁଯାୟୀ, ଟୋନ୍ଡ୍ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ପାଇଛି । ଯାହା ୫୦ ଟଙ୍କାରୁ ବୃଦ୍ଧି ପାଇ ୫୪ ଟଙ୍କା ହୋଇଛି । ସେହିଭଳି ପ୍ରିମିୟମ କ୍ଷୀର ଲିଟର ପ୍ରତି ମଧ୍ୟ ୪ଟଙ୍କା ବଢ଼ିଛି । ଯାହା ୫୪ ଟଙ୍କାରୁ ବଢ଼ି ୫୮ ଟଙ୍କାରେ ପହଞ୍ଚିଛି । ଗୋଲ୍ଡ ପ୍ରିମିୟର କ୍ଷୀର ଲିଟର ପ୍ରତି ୪ ଟଙ୍କା ବଢ଼ି ୬୦ ଟଙ୍କା ହୋଇଛି । ସେହିଭଳି ଗୋଲ୍ଡ ପ୍ରିମିୟର ପ୍ଲସ୍ କ୍ଷୀର ଲିଟର ପ୍ରତି ୪ଟଙ୍କା ବଢ଼ି ୬୪ ଟଙ୍କା ଦର ଛୁଇଁଥିବା ଓମ୍ଫେଡ୍ ପକ୍ଷରୁ ସୂଚିତ କରାଯାଇଛି ।
ଓଡ଼ିଶାରେ ବୃଦ୍ଧି ହେଲା ଓମ୍ଫେଡ୍ କ୍ଷୀର ଦାମ୍; ଲିଟର ପିଛା କ୍ଷୀର ଦର ୪ ଟଙ୍କା ବୃଦ୍ଧି ।












Leave a Reply