ଅକ୍ଷର ବ୍ୟୁରୋ: ଯୁଯୁମୁରା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ପୁଣି ଏକ ଦୁଃଖଦ ଘଟଣା ଘଟିଛି । ସଦର ରେଞ୍ଜ ଅନ୍ତର୍ଗତ ବସିଆପଡ଼ା ସେକ୍ସନର କୁମେର ବିଟ ଅଧୀନ କୁମେର ଗାଁର ଲବ ଭୋଇ (୩୮) ଆଜି ସକାଳେ ହାତୀ ଆକ୍ରମଣରେ ମୃତ୍ୟୁ ହେରିଛି । ସୂଚନା ଅନୁଯାୟୀ , ଲବ ଭୋଇ ସକାଳ ପ୍ରାୟ ୫.୩୦ଟା ସମୟରେ ଘର ନିକଟସ୍ଥ ଏକ ପୋଖରୀକୁ ଶୌଚ କରିବା ପାଇଁ ଯାଇଥିଲା ବେଳେ ସେହି ସମୟରେ ସେ ଏକ ବଣୁଆ ହାତୀର ସାମ୍ନାରେ ପଡ଼ିଯାଇଥିଲେ । ହାତୀଟି ତାଙ୍କୁ ଶୁଣ୍ଡରେ ଟେକି ଜୋରରେ କଚାଡ଼ି ଦେଇଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ବନ ବିଭାଗର କର୍ମଚାରୀ ଓ ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଗାଁରେ ଦୀର୍ଘଦିନ ଧରି ହାତୀ ଉପଦ୍ରବ ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଘଟଣା ପରେ ସେଠାରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।
ହାତୀ ଆକ୍ରମଣରେ ଜଣେ ମୃତ












Leave a Reply