ଆର୍ଥିକ ସମସ୍ୟାକୁ ନେଇ ନିଜକୁ ଜଳିଦେଲେ ଆଉ ଏକ ମହିଳା !

ଆର୍ଥିକ ସମସ୍ୟାକୁ ନେଇ ଜଳିଗଲେ ମହିଳା । ନିଜ ଦେହରେ ନିଆଁ ଲଗାଇ ପୋଡ଼ିହୋଇ ମହିଳା ଗୁରୁତର । ପ୍ରଥମେ ଭୁବନ ମେଡିକାଲ ଏବଂ ପରେ ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁରୁଣା ଥାନା ସମ୍ମୁଖର ଏହି ଘଟଣା । ଗତ ରବିବାର ପରିବାର କଳିକୁ ନେଇ ଶାଢୀରେ ନିଆଁ ଲଗାଇ ପୋଡ଼ି ହୋଇଯାଇଛନ୍ତି ମହିଳା । ସୂଚନା ଅନୁସାରେ ଅଜୟ ବେହେରା ଜଣେ ଡ୍ରାଇଭର । ପୂର୍ବରୁ ଏକ ଅଟୋ ଚଳାଉଥିଲେ ପରେ ତାକୁ ବିକି ଦେଇଥିଲେ । ଏହାପରେ ମାଲିକ ପାଖରେ ରହି ଟ୍ରକ୍ ଚଳାଉଥିଲେ । ହେଲେ ପରେ ସେଥିରୁ ବି କିଛି ରୋଜଗାର ହେଉନଥିଲା । ରୋଜଗାର ନଥିବାରୁ ସ୍ଵାମୀ ପରିବାର ଚଳାଇବା କଷ୍ଟ ହୋଇପଡ଼ିଥିଲା । 

ଏପଟେ ସ୍ତ୍ରୀ ପ୍ରେମଲତା ଏକ ଫାଇନାନ୍ସ କମ୍ପାନିରୁ ରୁଣ ଆଣି ସୁଝି ପାରିନଥିଲେ । କିସ୍ତି ଟଙ୍କା ସୁଝିପାରି ନଥିବାରୁ ଲୋକ ଲଜ୍ଜା ଭୟରେ ଶାଢୀରେ ନିଆଁ ଲଗାଇ ଜଳି ଯାଇଥିଲେ । ପ୍ରଥମେ ତାଙ୍କୁ ଘର ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବା ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ଫରେନସିକ୍‌ ଟିମ୍ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)