ଆସନ୍ତାକାଲି ମୃଣମୟୀ ମା’ଙ୍କ ଷଷ୍ଠୀ ପୂଜା । ଦିନକ ପରେ ପୂଜା ହେଲେ ଏ ପର୍ଯ୍ୟନ୍ତ ସବୁ ପୂଜା କମିଟିକୁ ସ୍ଥାୟୀ ଏନ୍ଓସି ମିଳିପାରିଲା ନାହିଁ । ଶୁକ୍ରବାର ମାତ୍ର ୬୫ଟି ପୂଜା କମିଟିକୁ ସ୍ଥାୟୀ ଏନ୍ଓସି ମିଳିଥିବାବେଳେ ଆହୁରି ଶହେରୁ ଅଧିକ ପୂଜା କମିଟିକୁ ସ୍ଥାୟୀ ଏନ୍ଓସି ମିଳିପାରିନାହିଁ । ପ୍ରଶାସନିକ ଅବ୍ୟବସ୍ଥା ଭିତରେ ଫସି ଯାଇଛନ୍ତି ପୂଜା କମିଟି । ଫଳରେ ପୂଜା ଆୟୋଜନ ନେଇ ଅକଳରେ ପଡ଼ିଛନ୍ତି କମିଟିମେମ୍ବର । ଚଳିତ ବର୍ଷ ଦଶହରା ପାଇଁ ପୂଜା କମିଟି ଉପରେ ଅନେକ ଗୁଡ଼ିଏ ଅଙ୍କୁଶ ଲଗାଇ ଦିଆଯାଇଛି । ଚଳିତବର୍ଷ ତୋରଣ ନିର୍ମାଣଠାରୁ ଆରମ୍ଭ କରି ଅଗ୍ନି ନିର୍ବାପକ ବ୍ୟବସ୍ଥା, ଶବ୍ଦ ପ୍ରଦୂଷଣ କଟକଣା, ବିଦ୍ୟୁତ୍ କଟକଣା ଆଦି ନାନା ପ୍ରକାର ବ୍ୟବସ୍ଥା ଭିତରେ ପୂଜା କମିଟି ବାନ୍ଧି ହୋଇଯାଇଛନ୍ତି । ପୁଣି ପ୍ରଶାସନ ପକ୍ଷରୁ ବହୁ ବିଳମ୍ବରେ ମାର୍ଗଦର୍ଶିକା ଜାରି କରାଯିବାରୁ କମିଟି ପାଖରେ ପୂଜା ଆୟୋଜନ ନେଇ ବିଶେଷ ସମୟ ରହିଲା ନାହିଁ । ଏଭଳି ସ୍ଥିତିରେ ଏନ୍ଓସି ପ୍ରଦାନରେ ବିଳମ୍ବ ହୋଇଚାଲିଛି । ନିୟମ ଅନୁସାରେ ଏନ୍ଓସି ପାଇଁ ପୂଜା କମିଟିମାନେ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ । ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗକୁ ଯାଞ୍ଚ୍ କରି ରିପୋର୍ଟ ଦେବାକୁ କୁହାଯାଇଥିଲା । ଏହିସବୁ ବିଭାଗ ସେମାନଙ୍କ ରିପୋର୍ଟ ଦେବାରେ ବହୁ ବିଳମ୍ବ କଲେ । ପ୍ରଶାସନିକସ୍ତରରେ ଏଭଳି ବିଳମ୍ବ ପାଇଁ ଏବେ ପୂଜା କମିଟିଗୁଡ଼ିକ ସେମାନଙ୍କ କାର୍ଯ୍ୟକୁ ଆଗେଇ ନେଇପାରୁ ନାହାନ୍ତି । ଫଳରେ ଚଳିତବର୍ଷ ଆଡମ୍ବରପୂର୍ଣ୍ଣ ପୂଜା ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଆସନ୍ତାକାଲି ମୃଣମୟୀ ମା’ଙ୍କ ଷଷ୍ଠୀ ପୂଜା; ମାତ୍ର ୬୫ଟି ପୂଜା କମିଟିକୁ ମିଳିଛି ସ୍ଥାୟୀ ଏନ୍ଓସି ।












Leave a Reply