ଆସନ୍ତାକାଲି ଓଷ୍ଟେଟ୍ ପରୀକ୍ଷା: ୨୬୧ କେନ୍ଦ୍ରରେ ବସିବେ ୫୯,୩୫୩ ପରୀକ୍ଷାର୍ଥୀ

ଭୁବନେଶ୍ୱର: ଆସନ୍ତାକାଲି ସାରା ରାଜ୍ୟରେ ଅନୁଷ୍ଠିତ ହେବ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଷ୍ଟେଟ୍)। ପରୀକ୍ଷା ପରିଚାଳନା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରାଯାଇଛି। ରାଜ୍ୟର ୩୦ଟି ଜିଲ୍ଲାର ୨୬୧ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫୯ ହଜାର ୩୫୩ ଜଣ ପରୀକ୍ଷାର୍ଥୀ ଓଷ୍ଟେଟ୍ ପରୀକ୍ଷା ଦେବେ। ସୂଚନା ଅନୁସାରେ, ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏହା ଗୋଟିଏ ସିଟିଂରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ସକାଳ ୭ଟା ୪୫ ମିନିଟ୍ ସୁଦ୍ଧା ନିଜ ନିଜ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି। ପରୀକ୍ଷା ସୁଚାରୁ ଭାବେ ପରିଚାଳନା ପାଇଁ ସମସ୍ତ କେନ୍ଦ୍ରରେ ଆବଶ୍ୟକ ବ୍ୟବସ୍ଥା ଚୂଡ଼ାନ୍ତ କରାଯାଇଥିବା ଜଣାପଡ଼ିଛି। ରାଜ୍ୟର ୩୦ଟି ଜିଲ୍ଲାରେ ଏକାସାଙ୍ଗରେ ହେବାକୁ ଥିବା ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମାଧ୍ୟମିକ ଶିକ୍ଷା ପରିଷଦ ତତ୍ତ୍ୱାବଧାନରେ ସମଗ୍ର ପରୀକ୍ଷା ପ୍ରକ୍ରିୟା ପରିଚାଳିତ ହେବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial