କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଆଗରେ ଚାରିଶହ ଉର୍ଦ୍ଧ୍ୱ ଆଟେଣ୍ଡାଣ୍ଟ, ହାଉସକିପିଙ୍ଗ ଷ୍ଟାଫଙ୍କ ପ୍ରତିବାଦ !

ଅକ୍ଷର ବ୍ୟୁରୋ: କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଆଗରେ ପ୍ରତିବାଦ । ବକେୟା ଦରମା ଦାବିରେ ହସ୍ପିଟାଲ ଆଟେଣ୍ଡାଣ୍ଟଙ୍କ ଧାରଣା । କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ଚାରିଶହ ଉର୍ଦ୍ଧ୍ବ ଆଟେଣ୍ଡାଣ୍ଟ, ହାଉସକିପିଙ୍ଗ ଷ୍ଟାଫ । ହସ୍ପିଟାଲ ଆଗରେ ବସି ପ୍ରତିବାଦ କରିଛନ୍ତି । ଦେଢ଼ ମାସ ହେବ ଦରମା ପାଇନଥିବା ଅଭିଯୋଗ କରିଛନ୍ତି । ଶତାଧିକ ଷ୍ଟାଫ କାର୍ଯ୍ୟବନ୍ଦ କରି ହସ୍ପିଟାଲ ଆଗରେ ବସିଛନ୍ତି । ଆନ୍ଦୋଳନ ଯୋଗୁଁ ରୋଗୀସେବା ବାଧାପ୍ରାପ୍ତ ହୋଇଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)