ବରଗଡ଼: ଭିଜିଲାନ୍ସ ଜାଲରେ ପିଇଓ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ୍ କଟାବାହାଲ ପଞ୍ଚାୟତର ପିଇଓ କାର୍ତ୍ତିକ ବେହେରାଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଟିମ୍ର ଚଢ଼ାଉ ଜାରି ରହିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ମିଳିବା ପରେ ସମ୍ବଲପୁର ଡିଭିଜନ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ସୂଚନା ଅନୁସାରେ, କାର୍ତ୍ତିକ ବେହେରାଙ୍କ ପୈତୃକ ଘର କନ୍ଦାଗାଡ଼ ସମେତ କଟାବାହାଲ ପଞ୍ଚାୟତ କାର୍ଯ୍ୟାଳୟ ଓ ଗାଇସିଲେଟ ବ୍ଲକ୍ କାର୍ଯ୍ୟାଳୟରେ ଏକାସାଙ୍ଗରେ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି। ଚଢ଼ାଉ ସମୟରେ ଏପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ ଟଙ୍କା ନଗଦ ଜବତ ହୋଇଥିବା ଜଣାପଡ଼ିଛି।
ଏହାସହ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା, ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ଚେକ୍ ବୁକ୍ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଭିଜିଲାନ୍ସ ଟିମ୍ ଜବତ କରିଥିବା ସୂଚନା ମିଳିଛି। ତେବେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଓ ଯାଞ୍ଚ ଏବେ ମଧ୍ୟ ଜାରି ରହିଛି। ଏହି ଯାଞ୍ଚ ଶେଷ ହେବା ପରେ ମୋଟ କେତେ ପରିମାଣର ନଗଦ, ସୁନାଗହଣା, ସମ୍ପତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ ଠାବ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ତଥ୍ୟ ସାମ୍ନାକୁ ଆସିବ। ଏହାସହ କାର୍ତ୍ତିକ ବେହେରାଙ୍କ ଆୟ ଓ ସମ୍ପତ୍ତିର ହିସାବ ଯାଞ୍ଚ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଛି।














Leave a Reply