ଜୟପୁର ସହରରେ ପେଟ୍ରୋଲ ଡିଜେଲର ଅଭାବ; ମିଳୁନାହିଁ ଗୋଟିଏ ଲିଟରୁ ଅଧିକ ତେଲ ।

ଅକ୍ଷର ବ୍ୟୁରୋ: ଗ୍ୟାସ ପରେ ପେଟ୍ରୋଲ ଡିଜେଲର ସଙ୍କଟ । ଜୟପୁର ସହରରେ ପେଟ୍ରୋଲ ଡିଜେଲର ଅଭାବ ନେଇ ଆସିଛି ଖବର । ନବରଙ୍ଗପୁର ଓ ଜୟପୁର ସହରରେ ତେଲ ଅଭାବ ପଡ଼ିଛି । ଜୟପୁରରେ ଗୋଟିଏ କି ୨ଟି ପେଟ୍ରୋଲ ପମ୍ପରେ ତେଲ ମିଳୁଛି, ଏବଂ ସେହିଠାରେ ପ୍ରବଳ ଭିଡ଼ ଲାଗିଛି । ଆଜି ସହରର ୧୦ଟି ପେଟ୍ରୋଲ ପମ୍ପ ମଧ୍ୟରୁ ୬ଟି ପେଟ୍ରୋଲ ପମ୍ପରେ ତେଲ ଆସି ନଥିବାରୁ ସବୁ ବନ୍ଦ୍ ପଡ଼ିଛି । ଯାହା ଗୋଟିଏ କି ୨ଟି ଖୋଲା ରହିଛି ସେଥିରେ ଘଣ୍ଟା ଘଣ୍ଟା ଅପେକ୍ଷା କଲେ ମିଳୁଛି ଏକ ଲିଟର ତେଲ । ଗୋଟିଏ ଲିଟରୁ ଅଧିକ ତେଲ ମିଳୁନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୟୁପିଆଇ ପେମେଣ୍ଟ ମଧ୍ୟ ବନ୍ଦ ରହିଛି । କେବଳ ନଗଦ ଟଙ୍କା ଦେଲେ ପେଟ୍ରୋଲ ମିଳୁଛି । ଏପରିକି ନୋଟିସ ବି ଲଗାଯାଇଛି । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)