ଅପରାଧୀଙ୍କୁ ପୋଲିସ ଡିଜି ୱାଇ.ବି ଖୁରାନିଆଙ୍କ କଡ଼ା ଚେତାବନୀ; ଅପରାଧ କରିବା ପାଇଁ ଚିନ୍ତା କରୁଥିଲେ ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ ।

ଅକ୍ଷର ବ୍ୟୁରୋ: ଅପରାଧୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ଅପରାଧୀଙ୍କ ପାଇଁ ଓଡ଼ିଶାରେ କୌଣସି ସ୍ଥାନ ନାହିଁ । ଅପରାଧ ଘଟାଇବା ପାଇଁ ଚିନ୍ତା କରୁଥିଲେ ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ । କିଛି ଏହିଭଳି ଚେତାବନୀ ଦେଇଛନ୍ତି ପୋଲିସ ଡିଜି । ସେ କହିଛନ୍ତି, ଅପରାଧ ଘଟାଇବାକୁ ଯେଉଁମାନେ ଚିନ୍ତା କରୁଛନ୍ତି, ବ୍ରହ୍ମପୁର ଓ ସମ୍ବଲପୁର ଭଳି ଏନକାଉଣ୍ଟର ପାଇଁ ପ୍ରସ୍ତୁତ ରୁହନ୍ତୁ ।୫ ଦିନରେ ସାରା ରାଜ୍ୟରେ ୧୭୦୦ରୁ ଊର୍ଦ୍ଧ NBW ଡ୍ରାଇଭ୍ କରାଯାଇଛି । ୬ ଜଣଙ୍କ ବିରୋଧରେ NSA ଲାଗିଛି, ୫୦ରୁ ଊର୍ଦ୍ଧ ଫେରାର ଅପରାଧୀ ଗିରଫ ହୋଇଛନ୍ତି । ଗୁଇନ୍ଦା ଆଧାରରେ ଜେଲ୍ ଫେରାନ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରତି ଜିଲ୍ଲାର ଏସପି ଗ୍ରାଉଣ୍ଡ ଜିରୋରେ କାମ କରୁଛନ୍ତି ବୋଲି କହିଛନ୍ତି ପୋଲିସ ଡିଜି ୱାଇ. ବି. ଖୁରାନିଆ । 

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)